Odisha Link
Bridging the Missing Links in Odisha

+୨ ବିଜ୍ଞାନ ପରୀକ୍ଷା ଫଳାଫଳ: ବାଲେଶ୍ୱରରେ ପାସ୍‌ ହାର ସର୍ବାଧିକ

ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ମୋଟ ୯୭,୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଜଣ ପାସ୍ କରିଛନ୍ତି। ଏମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ସବୁଠୁ ଅଧିକ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଏଥର ସାରା ରାଜ୍ୟରେ ପାସ୍ ହାର ୭୨.୩୩% ଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଏହି ହାର ୮୬.୫୬% ରହିଛି।

ଗତବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ନୟାଗଡ଼ ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୨.୨୩ ରହିଥିବା ବେଳେ, ଏଥର କିନ୍ତୁ ବାଲେଶ୍ୱର ବାଜି ମାରି ନେଇଛି। ଅନ୍ୟପକ୍ଷରେ ଗଜପତି ଜିଲ୍ଲାରେ ସବୁଠୁ କମ୍ ପିଲା ପାସ୍ କରିଛନ୍ତି। ଏଠାରେ ପାସ୍ ହାର ୩୬.୨୦% ରହିଛି।

ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଗଜପତିରେ ସବୁଠୁ କମ୍ ପିଲା ପାସ୍ କରିଥିଲେ। କିନ୍ତୁ ଏଥର ଏଠାରେ ଗତବର୍ଷ ଅପେକ୍ଷା ଆହୁରି ଖରାପ ରେଜଲ୍ଟ ହୋଇଛି। କାରଣ ଗତବର୍ଷ ଏଠାରେ ୪୩.୪୩% ପିଲା ପାସ୍ କରିଥିବା ବେଳେ ଏଥର ୩୬.୨୦% ପାସ୍ କରିଛନ୍ତି।

ସାରା ରାଜ୍ୟରେ ମଧ୍ୟ ଗତବର୍ଷ ଅପେକ୍ଷା ଏଥର ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର କମିଛି। ଗତବର୍ଷ ପାସ୍ ହାର ୭୬.୯୮ ଥିବା ବେଳେ ଏଥର ୭୨.୩୩% ରହିଛି।

Comments are closed.