Odisha Link
Bridging the Missing Links in Odisha

ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ସିକ୍ସର କିଙ୍ଗ୍‌ ଯୁବରାଜ: ଅବସର ବିଷୟରେ କଣ କହିଲେ ଜାଣନ୍ତୁ

ଆନ୍ତର୍ଜାତୀୟ କ୍ରିକେଟରେ ଆଉ ଦେଖିବାକୁ ପାଇବେ ନାହିଁ ଭାରତୀୟ କ୍ରିକେଟର ସିକ୍ସର କିଙ୍ଗ୍ ଯୁବରାଜଙ୍କୁ କାହିଁକିନା କ୍ରିକେଟକୁ ଅଲବିଦା କହିଲେ ଯୁବରାଜ୍। କ୍ରିକେଟରୁ ସନ୍ୟାସ ନେଲେ କ୍ରିକେଟର ଯୁବରାଜ ସିଂହ । ଯୁବରାଜ ସିଂ ମୁମ୍ବାଇର ସାଉଥ୍ ହୋଟେଲରେ କନଫରେନ୍ସ କରୁଛନ୍ତି । ଏଠାରେ ଆନ୍ତର୍ଜାତୀୟ କ୍ରେିକଟେରୁ ଅଲବିଦା କହିଥିବା କଥା ଘୋଷଣା କରିଛନ୍ତି । ଘୋଷଣା ସମୟରେ ସେ  ତାଙ୍କ ବାପାଙ୍କ ସ୍ୱପ୍ନକୁ ପୂରଣ କରିଛନ୍ତି ବୋଲି କହିଛନ୍ତି। ଏହାସହ ୧୭ ବର୍ଷ ଆନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ ଖେଳି ସାରିବା ପରେ କ୍ରିକେଟରୁ ସନ୍ୟାସ ନେବାର ନିଷ୍ପତ୍ତି ନେଲି। ଏହି ଖେଳ ମୋତେ କେମିତି ଲଢିବାକୁ ହୁଏ, ପଡିବାକୁ ହୁଏ,ପୁଣିଥରେ ଉଠିବାକୁ ହୁଏ ଏବଂ ଆଗକୁ କେମିତି ବଢିବାକୁ ହୁଏ ବୋଲି ସିକ୍ସର କିଙ୍ଗ୍‌ ଯୁବରାଜ କହିଛନ୍ତି। ତେବେ ଅବସର ଘୋଷଣା ସମୟରେ ଯୁବରାଜ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଛି । ଏହାସହ ୨୦୧୧ ବିଶ୍ୱକପ୍ ତାଙ୍କ ପାଇଁ ସ୍ୱପ୍ନ ଥିଲା ବୋଲି କହିଛନ୍ତି । ୨୦୦୭ ଟି-୨୦ ୱାଲ୍ଡ କପ ଓ ୨୦୧୧ କ୍ରିକେଟ ୱାଲ୍ଡକପର ହିରୋ ସାଜିଥିବା ଯୁବରାଜ ସିଂ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ସେ ମୋଟ୍ ୩୦୪ଟି ଦିନିକିଆ , ୪୦ଟି ଟେଷ୍ଟ ଓ ୫୮ଟି ଟି-୨୦ ମ୍ୟାଚ ଖେଳିଥିଲେ ।ସୂଚନା ଅନୁସାରେ ଯୁବରାଜ ସିଂ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଆଇସିସି ମାନ୍ୟତା ପ୍ରାପ୍ତ ବିଦେଶୀ ଟି-୨୦ ଲିଗରେ ଖେଳିବା ପାଇଁ ଚାହୁଁଛନ୍ତି । ଯୁବରାଜ ଟି-୨୦ ଲିଗରେ ଫ୍ରିଲାନ୍ସ କ୍ରିକେଟର ରୂପରେ ଖେଳିବାର ସମ୍ଭାବନା ରହିଛି । ଯୁବରାଜ ସିଂ ୨୦୧୯ ୱାଲ୍ଡକପ୍ ଖେଳିବା ପାଇଁ ଚାହୁଁଥିଲେ । ହେଲେ ଖରାପ ଫର୍ମ ଓ ଫିଟନେସ୍ କାରଣରୁ ତାଙ୍କ ବିଶ୍ୱକପ୍ ଖେଳିବା ସ୍ୱପ୍ନ ଅଧୁରା ରହିଗଲା ।

Comments are closed.