Odisha Link
Bridging the Missing Links in Odisha

ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଭୂକମ୍ପ ଅନୁଭୂତ

ଭୁବନେଶ୍ବର: ସାରା ବିଶ୍ବରେ ସବୁଦିନ କିଛି ନା କିଛି ଜାଗାରେ ଭୂକମ୍ପ ଝଟକା ଲାଗିବାର ଖବର ଆସୁଛି। ଏଥିରୁ ମଧ୍ୟ ବାଦ ପଡ଼ିନାହିଁ ଓଡ଼ିଶା। ପଶ୍ଚିମ ଓଡ଼ିଶାର କିଛି ଜାଗାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସମ୍ବଲପୁର, ଝାରସୁଗୁଡ଼ା, କୁଚିଣ୍ଡା ଓ ବଣାଇରେ କିଛି ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା। ସେହିପରି ରାଉରକେଲା ଓ ଦେବଗଡ଼ରେ ମଧ୍ୟ ଅନୁଭୂତ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିବା ସୂଚନା ମିଳିଛି। ମାତ୍ର କ୍ଷୟକ୍ଷତି ନେଇ କୌଣସି ସୂଚନା ଆମର ହସ୍ତଗତ ହୋଇନାହିଁ।

Comments are closed.