Odisha Link
Bridging the Missing Links in Odisha

ରଥଯାତ୍ରାରେ ମୁତୟନ ହେବେ ୧୫୦ ପ୍ଲାଟୁନ୍‌ ଫୋର୍ସ: ଡିଜି

ପୁରୀ:  ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ସୁରକ୍ଷାକୁ ନେଇ ଆଜି ପୁରୀ ଡିଜିପି ଅଫିସରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରଥଯାତ୍ରା ସମୟରେ ସୁରକ୍ଷା ଦୃଷ୍ଟିକୁ ନେଇ ଆଲୋଚନା ହୋଇଥିଲା। ରଥଯାତ୍ରା ସମୟରେ ୧୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ଏବଂ ଏନେଇ ଜଣେ ଏଡିଜିଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି ବୋଲି ପୋଲିସି ଡିଜି ଆର.ପି ଶର୍ମା କହିଛନ୍ତି। ଏହାଛଡା ପୁରୀର ୧୧ ଶହ ଫୁଟ ଉପରେ ବିମାନ ଚଳାଚଳ ଉପରେ କଟକଣା ରହିବ ଏବଂ ତଟରକ୍ଷା ନେଇ ନୌସେନା ମଧ୍ୟ ତୀକ୍ଷ୍ମ ଦୃଷ୍ଟି ରଖିବ ବୋଲି କୁହାଯାଇଛି। ସୁରକ୍ଷାକୁ କଡାକଡି କରିବାକୁ ସିଆରପିଏଫ ଫୋର୍ସ ମୁତୟନ ହେବେ ଏବଂ ସେମାନେ ରାପିଡ ଆକ୍ସନ ଫୋର୍ସ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି ପୋଲିସ ଡିଜି ଆର.ପି ଶର୍ମା।

Comments are closed.