ଓଡ଼ିଶା କଂଗ୍ରେସର ନବକଳେବର ହେବ: ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: ଓଡ଼ିଶା କଂଗ୍ରେସର ଖୁବ୍ଶୀଘ୍ର ନବକଳେବର ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ଓଡ଼ିଶାର କଂଗ୍ରେସର ପ୍ରଭାବୀ ଜିତେନ୍ଦ୍ର ସିଂହ। ନୂଆ ଦିଲ୍ଲୀରେ ଆଜି ବସିଥିବା AICC ବୈଠକରେ ଓଡିଶା ପିସିସି ସଭାପତି ନିରଞ୍ଜନ ପଟନାୟକ ଯୋଗ ଦେଇ ଆସିବା ପରେ ଏହି ସୂଚନା ଦେଇଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ। ଏଥି ସହ ସେ ଆଉ ମଧ୍ୟ ସୂଚନା ଦେଇଛନ୍ତି ଯେ ତୃଣମୂଳ ସ୍ଥରରେ ଦଳର ସାଙ୍ଗଠନିକ ସ୍ତିତିକୁ ସୁଦୃଢ କରିବା ପାଇଁ ଯାହା ଦରକାର ତାହା କରାଯିବ ଏବଂ ଏଥି ପାଇଁ ଦଳରେ ପୁରା ଆମୁଳଚୁଳ ପରିବର୍ତନ କରାଯିବ। ଏଥି ସହ ସେ ଆସନ୍ତା ୨୦ ତାରିଖରେ ଓଡିଶା ଆସିବେ ବୋଲି ସୂଚନା ଦେଇଛନ୍ତି।