Odisha Link
Bridging the Missing Links in Odisha

ହୀରାକୁଦରେ ବଢୁଛି ଜଳସ୍ତର

ସମ୍ବଲପୁର : ହୀରାକୁଦ ନଦୀବନ୍ଧର ଜଳସ୍ତର ୫୯୮.୫୬ ଫୁଟରେ ପହଞ୍ଚିଛି। ସୋମବାର ଏହାର ଜଳସ୍ତର ୫୯୮.୪୩ ଫୁଟ ରହିଥିଲା। ଉପରମୁଣ୍ଡ ଏବଂ ତଳମୁଣ୍ଡରେ ବର୍ଷ ପରେ ଏହାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ନଦୀବନ୍ଧ ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରତି ସେକେଣ୍ଡରେ ଏଠାକୁ ୯୮୦୩ ଘନଫୁଟର ପାଣି ପ୍ରବେଶ କରୁଛି ଏବଂ ୧୩ ହଜାର ୨୧୬ ଘନଫୁଟର ପାଣି ନିଷ୍କାସିତ ହେଉଛି। ବରଗଡ଼ କେନାଲକୁ ୩୧୭୫ କ୍ୟୁସେକ, ଶାସନ କେନାଲକୁ ୫୫୦ କ୍ୟୁସେକ, ସମ୍ବଲପୁର କେନାଲକୁ ୭୭ କ୍ୟୁସେକ ସମେତ ୩୮୦୨ କ୍ୟୁସେକ ପାଣି ବିଭିନ୍ନ କେନାଲକୁ ପଠାଯାଉଛି। ନଦୀବନ୍ଧର ଉପମୁଣ୍ଡରେ ୩୬ ମିଲିମିଟର ଏବଂ ତଳମୁଣ୍ଡରେ ୬୦ ମିଲିମିଟର ବର୍ଷାର ରେକର୍ଡ ହୋଇଛି। ୩-୪ ଦିନ ଏହିଭଳି ବର୍ଷା ଜାରି ରହିଲେ ଜଳସ୍ତର ୬୦୦ ଫୁଟ ଅତିକ୍ରମ କରିବା ସମ୍ଭାବନା ରହିଛି। ହୀରାକୁଦରେ ଜଳସ୍ତର ୬୦୫ ଫୁଟ ଛୁଇଁଲେ ହିଁ ନଦୀବନ୍ଧ ଗେଟ ଖୋଲିବା ନେଇ ଚିନ୍ତା କରାଯାଇଥାଏ। ସେ ସମୟ ଏବେ ଆସିନି ବୋଲି ନଦୀବନ୍ଧ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Comments are closed.