Odisha Link
Bridging the Missing Links in Odisha

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସିଲେକସନ୍‌ ନୁହେଁ ଇଲେକସନ୍‌ ହେବ: ରାହୁଲ

ନୂଆଦିଲ୍ଲୀ: ମୁଁ କଂଗ୍ରେସର ଅଧ୍ୟକ୍ଷ ନୁହେଁ। ଏବଂ ସିଲେକସନ୍‌ ନୁହେଁ ଇଲେକସନ୍‌ ଜରିଆରେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ କରାଯିବ। ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଜିଦ୍‌ରେ ଅଟଳ ରହିଛନ୍ତି ରାହୁଲ ଗାନ୍ଧି।

ଆଜିର ଏଆଇସିସି ବୈଠକରେ ରାହୁଲ କହିଛନ୍ତି ଯେ, କଂଗ୍ରେସର ଆଗାମୀ ଅଧ୍ୟକ୍ଷ ବାଛିବା ପାଇଁ ତୁରନ୍ତ ନିର୍ବାଚନ ହେବା ଦରକାର। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଚୟନରେ କାହିଁକି ବିଳମ୍ବ ହେଉଛି, ତା’ର ଉତ୍ତର ଦେଇ ରାହୁଲ କହିଛନ୍ତି, “ଦଳ ତୁରନ୍ତ ନୂଆ ଅଧ୍ୟକ୍ଷଙ୍କୁ ଚୟନ କରିବା ଦରକାର। ଏଥିରେ ବହୁତ ବିଳମ୍ବ ହୋଇଗଲାଣି। ମୁଁ ଏହି ଅଧ୍ୟକ୍ଷ ପଦ ଚୟନ ପ୍ରକ୍ରିୟାରେ ଆଦୌ ସାମିଲ ହୋଇନାହିଁ। ମୁଁ ପୂର୍ବରୁ ହିଁ ମୋର ଇସ୍ତଫା ଦେଇ ସାରିଛି। ମୁଁ ଆଉ ଦଳର ଅଧ୍ୟକ୍ଷ ନୁହେଁ। ସିଡବ୍ଲ୍ୟୁସି ତୁରନ୍ତ ଏକ ବୈଠକ ଡାକି ଏ ସମ୍ପର୍କରେ ନିଷ୍ପତ୍ତି ନେବା ଉଚିତ। ସେହିପରି କଂଗ୍ରେସର ଆଗାମୀ ଅଧ୍ୟକ୍ଷ ନେହରୁ କିମ୍ବା ଗାନ୍ଧି ପରିବାରରୁ ହେବେ ନାହିଁ। ”

ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହୁଲ ଗାନ୍ଧି ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ଦଳର ବରିଷ୍ଠ ନେତା ଓ କର୍ମୀ ରାହୁଲଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ରାହୁଲ ନିଜର ନିଷ୍ପତ୍ତି ବଦଳାଇ ନାହାନ୍ତି।

Comments are closed.