ମୁଁ ଜିତିବି ବୋଲି ମୋର ଭରସା ଥିଲା: ସାବିତ୍ରୀ ଅଗ୍ରଓ୍ବାଲ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନରେ ଶେଷରେ ବାଜି ମାରିଛି ବିଜେଡ଼ି। ସ୍ବାଭିମାନ ଓ ସମ୍ମାନର ଲଢେଇରେ ବାଜି ମାରିଛନ୍ତି ସାବିତ୍ରୀ ଅଗ୍ରଓ୍ବାଲ। ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ତାଙ୍କ ପ୍ରମୁଖ ପ୍ରତିଦ୍ବନ୍ଦୀ ବିଜୟ ମହାପାତ୍ରଙ୍କ ଠାରୁ ୧୭,୯୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ତୃତୀୟ ସ୍ଥାନରେ ରହିଛି କଂଗ୍ରେସ। ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୯୬,୦୧୭ ଖଣ୍ଡ ଭୋଟ ପାଇ ଥିବାବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ମୋଟ ୭୮,୦୯୭ ଖଣ୍ଡ ଭୋଟ ପାଇଛନ୍ତି। ନିର୍ବାଚନ ଫଳାଫଳର ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥି ଜୟନ୍ତ କୁମାର ମହାନ୍ତି ମୋଟ ୨୧୦୪ ଖଣ୍ଡ ଭୋଟ ପାଇଛନ୍ତି। ଅନ୍ୟପକ୍ଷରେ ୪୧୬ ଖଣ୍ଡ ଭୋଟ ନୋଟାରେ ପଡ଼ିଛି। ସାବିତ୍ରୀଙ୍କ ବିଜୟରେ ବିଜେଡ଼ି କ୍ୟାମ୍ପରେ ଖେଳି ଯାଇଛି ଖୁସିର ଲହରୀ।
ପାଟକୁରା ନିର୍ବାଚନରେ ବିଜୟୀ ହେଲା ପରେ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି ବିଜୟୀ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ। ସେ କହିଛନ୍ତି ଯେ, ମୁଁ ନିର୍ବାଚନରେ ଜିତିବି ବୋଲି ମୋର ଭରସା ଥିଲା। ସ୍ୱାଭିମାନ କି ସମ୍ମାନର କଥା ନୁହେଁ, ଏଠି କର୍ମର ବିଜୟ ହୋଇଛି ବୋଲି କହିଛନ୍ତି ସାବିତ୍ରୀ। ଏଥିସହିତ ପାଟକୁରା ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ସାବିତ୍ରୀ ଅଗ୍ରଓ୍ବାଲ।