Odisha Link
Bridging the Missing Links in Odisha

କଟକରେ ମିଠା ଦୋକାନ ଉପରକୁ ବୋମାମାଡ଼

କଟକ : ତିନିଟି ହତ୍ୟାକାଣ୍ଡ ପରେ ଅଶାନ୍ତ ହୋଇପଡିଛି ସିଲଭର ସିଟି। କଟକ ଖାନନଗର ପୂଜା ମଣ୍ଡପ ନିକଟରେ ଆଜି ବୋମାମାଡ଼ ହୋଇଛି। ଏକ ମିଠା ଦୋକାନ ଉପରକୁ ବୋମାମାଡ଼ କରି ଦୁଇ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ତିନିଜଣ ଦୁର୍ବୃତ୍ତ ବାଇକ୍‌ରେ ଆସିଥିଲେ। ମିଠା ଦୋକାନ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ତେବେ କେଉଁ କାରଣରୁ ବୋମାମାଡ଼ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ବୋମାମାଡ଼ରେ କିଛି କ୍ଷୟକ୍ଷତି ହୋଇନାହିଁ। ଘଟଣା ପରେ ବାଦାମବାଡ଼ି ପୁଲିସ୍ ଘଟଣାର ଖୋଳତାଡ଼ କରୁଛି।

Comments are closed.