Odisha Link
Bridging the Missing Links in Odisha

ପରାଜୟ ପରେ କଣ କହିଲେ ବିଜୟ ଜାଣନ୍ତୁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନରେ ଶେଷରେ ବାଜି ମାରିଛି ବିଜେଡ଼ି। ସ୍ବାଭିମାନ ଓ ସମ୍ମାନର ଲଢେଇରେ ବାଜି ମାରିଛନ୍ତି ସାବିତ୍ରୀ ଅଗ୍ରଓ୍ବାଲ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲାଙ୍କ ଠାରୁ ୧୭,୯୨୦ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। ପରାଜୟ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବିଜୟ ମହାାପତ୍ର। ସେ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ମୋତେ ଆଶ୍ଚର୍ଯ୍ୟ କରିଛି। ଲୋକ ମତ ମୋ ସପକ୍ଷରେ ଥିଲା। ଗଣତନ୍ତ୍ରରେ ଲୋକମତକୁ ସମ୍ମାନ ଦେବାକୁ ପଡ଼ିବ ବୋଲି କହିଛନ୍ତି ବିଜୟ।

Comments are closed.