Odisha Link
Bridging the Missing Links in Odisha

ସାଦା ପୋଷାକ ଧାରି ପୁଲିସଙ୍କୁ ପିଟିଲେ ଗ୍ରମବାସୀ

କଟକ : ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ସାଦା ପୋଷାକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆସିଥିବା ପୁଲିସ ଅଧିକାରୀଙ୍କୁ ସ୍ଥାନୀୟଲୋକେ ନିସ୍ତୁକ ମାଡ ମାରିଛନ୍ତି । ସାଦା ପୋଷାକ ପୁଲିସ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଉତ୍ତ୍ୟକ୍ତଲୋକଙ୍କ ମାଡରେ ଜଗତପୁର ଥାନା ଆଇଆଇସିଙ୍କ ସମେତ ୫ ଜଣ ପୁଲିସ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଏକ ମାମଲାରେ ଜଡ଼ିତ ଜଣେ ଅଭିଯୁକ୍ତ ଗିରଫ କରିବା ପାଇଁ ଜଗତପୁର ଥାନା ପୁଲିସ କପୁରସିଂ ଗାଁକୁ ଯାଇଥିଲେ । ଥାନା ଆଇଆଇସିଙ୍କ ସମେତ ଏକ ପୁରା ଟିମ୍‌ ସାଦା ପୋଷାକ ଯାଇଥିଲେ। ଏହି ସମୟରେ ଗ୍ରାମବାସୀ ପୁଲିସ ଉପରକୁ ଆକ୍ରମଣ କରିଥିଲେ । ଏହି ମଉକାରେ ଅଭିଯୁକ୍ତ ମଧ୍ୟ ସେଠାରୁ ଫେରାର ହୋଇଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ଗୁରୁଡ଼ିଝାଟିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପୁଲିସ ଟିମ୍‌କୁ ଉଦ୍ଧାର କରିଥିଲା । ତେବେ ଗ୍ରାମବାସୀ ସତରେ ପୁଲିସକୁ ଚିହ୍ନିପାରି ନଥିଲେ ନା ଅଭିଯୁକ୍ତକୁ ଫେରାର କରିବା ପାଇଁ ଏହା ଏକ ଷଡଯନ୍ତ୍ର ଥିଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

Comments are closed.