Odisha Link
Bridging the Missing Links in Odisha

ରବି ଶାସ୍ତ୍ରୀ ପୁଣି ଥରେ କୋଚ୍‌ ହେବା ପରେ କଣ କହିଲେ ରୋହିତ

ମୁମ୍ବାଇ: ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ପଦ ବଜାୟ ରଖିଲେ ରବି ଶାସ୍ତ୍ରୀ। ଏନେଇ ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଳ ଦେବ ମୁମ୍ବାଇରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। କପିଳ କହିଛନ୍ତି, ରବି ଶାସ୍ତ୍ରୀଙ୍କ ସମସ୍ତ ପ୍ରକାରର ପ୍ରଦର୍ଶନକୁ ଭିତ୍ତି କରି ତାଙ୍କୁ ଟିମ୍‌ ଇଣ୍ଡିାର ମୁଖ୍ୟ କୋଚ ପାଇଁ ପୁଣି ଥରେ ଚୟନ କରାଯାଇଛି।

ଶାସ୍ତ୍ରୀଙ୍କ ସମେତ ଅନ୍ୟ ଦୁଇ ଭାରତୀୟ ମଧ୍ୟ ୬ ଜଣିଆ ତାଲିକାରେ ସାମିଲ ଥିଲେ। ପୂର୍ବତନ କ୍ରିକେଟର ଲାଲଚାନ୍ଦ ରାଜପୁତ ଓ ରବିନ ସିଂ ମୁଖ୍ୟ କୋଚ ରେସରେ ଥିଲେ। ବିଦେଶୀ କୋଚ୍‌ ଭାବେ ମାଇକ ହାସନ, ଟମ ମୁଡି ଓ ଫିଲ ସିମୋନ୍‌ସଙ୍କୁ ମଧ୍ୟ ମୁଖ୍ୟ କୋଚ୍‌ ପାଇଁ ଦାବିଦାର ଥିଲେ।

ମୁମ୍ବାଇରେ କପିଳ ଦେବଙ୍କ ନେତୃତ୍ୱରେ କ୍ରିକେଟ ପରାମର୍ଶ କମିଟି ୬ ଜଣ ସର୍ଟଲିଷ୍ଟ ହୋଇଥିବା କ୍ରିକେଟରଙ୍କର ସାକ୍ଷାତକାର ନେଇଥିଲା। ଏହି ପଦବୀ ପାଇଁ ପ୍ରାୟ ୨ ହଜାର ପ୍ରାର୍ଥୀ ଆବେଦନ କରିଥିଲେ। ତେବେ ସମସ୍ତ ପାରାମିଟରକୁ ଆଧାର କରି ରବି ଶାସ୍ତ୍ରୀଙ୍କ ନାମ ଚୟନ କରାଯାଇଛି। ସୂଚନାଯୋଗ୍ୟ ଅଧିନାୟକ ବିରାଟ କୋହଲି ବର୍ତ୍ତମାନର କୋଚ୍‌ ରବି ଶାସ୍ତ୍ରୀଙ୍କୁ ନେଇ ବଡ ବୟାନ ଦେଇଥିଲେ। ଏବେ ପୂରା ଟିମ୍‌ର ଖେଳାଳି ରବି ଶାସ୍ତ୍ରୀଙ୍କୁ ନେଇ ଖୁସି ଅଛନ୍ତି ବୋଲି କୋହଲି କହିଥିଲେ। ତେଣୁ ରବି ଶାସ୍ତ୍ରୀଙ୍କ ଉପରେ ବିସିସିଆଇ ପୁଣିଥରେ ଭରସା କରିଛି।

ଅପରପକ୍ଷେ ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ରୋହିତ ଶର୍ମାଙ୍କ ବୟାନ ସାମ୍ନାକୁ ଆସିଛି। ରୋହିତ ମୁଖ୍ୟ କୋଚ୍‌ ପଦ ବଜାୟ ରଖିଥିବା ରବି ଶାସ୍ତ୍ରୀଙ୍କ ବିଷୟରେ କହିଛନ୍ତି। ରୋହିତ କହିଛନ୍ତି ଯେ, ରବି ଶାସ୍ତ୍ରୀ ଜଣେ ବହୁତ ଭଲ କୋଚ୍। ତାଙ୍କ କୋଚିଂ ବଳରେ ଟିମ୍‌ ଇଣ୍ଡିଆ ଆଗକୁ ବହୁତ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ରୋହିତ। ରବି ଶାସ୍ତ୍ରୀ ପୂରା ଟିମ୍‌ ସହ ଭଲରେ ମିଶନ୍ତି ଯାହା ଫଳରେ ଖେଳରେ ଟିମ୍‌ ଇଣ୍ଡିଆ ସନ୍ତୁଳିତ ପ୍ରଦର୍ଶନ କରି ଆସୁଛି ବୋଲି ରୋହିତ କହିଛନ୍ତି।