Odisha Link
Bridging the Missing Links in Odisha

ଏନ୍‌ଆଇଟି ପରିସରରୁ ସହକାରୀ ପ୍ରଫେସର ଓ ପତ୍ନୀଙ୍କ ମୃତ ଦେହ ଉଦ୍ଧାର

ରାଉରକେଲା : ରାଉରକେଲା ସ୍ଥିତ ଏନ୍‌ଆଇଟି ପରିସରରେ ଥିବା କ୍ୱାର୍ଟର୍ସରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଏନ୍‌ଆଇଟିର ସହକାରୀ ପ୍ରଫେସର ଆର. ଜଲାନ୍ ଓ ତାଙ୍କ ପତ୍ନୀଙ୍କ ବୟସ। ୯ ବର୍ଷ ତଳେ ସେମାନଙ୍କ ବିବାହ ହୋଇଥିଲା। ଶ୍ରୀ ଜଲାନ୍‌ ଲାଇଫ୍ ସାଇନ୍ସ ବିଭାଗର ସହକାରୀ ପ୍ରଫେସର ଥିଲେ।
ଗତ ଦୁଇ ଦିନ ହେଲା ତାଙ୍କ ଘର ଭିତର ପଟୁ କବାଟ ବନ୍ଦ ଥିଲା। ତେଣୁ ଲୋକଙ୍କର ସନ୍ଦେହ ହୋଇଥିଲା। ଆଜି ଏନ୍‌ଆଇଟ୍‌ର ସିକ୍ୟୁରିଟି ଇନ୍‌ଚାର୍ଜଙ୍କଠାରୁ ଏ ସଂପର୍କରେ ଖବର ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲା ଓ କବାଟ ଭାଙ୍ଗି କ୍ୱାର୍ଟର୍ସ ଭିତରେ ପଶିଥିଲା। କ୍ୱାର୍ଟର୍ସ ଭିତରେ ସେମାନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ସେଠାରେ ତଦନ୍ତ ଜାରି ରଖିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍ ଓ ଡଗ୍ ସ୍ୱାଡ୍‌ ମଧ୍ୟ ସେଠାରେ ପହଞ୍ଚିଛନ୍ତି।

Comments are closed.