Odisha Link
Bridging the Missing Links in Odisha

ଦୂତୀଙ୍କୁ ସ୍ବର୍ଣ୍ଣ ପଦକ

ପଟିଆଲା: ଓଡ଼ିଆ ଝିଅ ଦୂତୀଙ୍କୁ ଆଉ ଏକ ସ୍ବର୍ଣ୍ଣପଦକ। ଓଡ଼ିଶାର ଅଗ୍ରଣୀ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପଟିଆଲାର ନେତାଜୀ ସୁଭାଷ ନ୍ୟାଶନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ (ଏନଆଇଏସ୍)ରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଁ ପ୍ରି-୫ ଚାମ୍ପିୟନଶିପର ୧୦୦ ମିଟର୍ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଫାଇନାଲରେ ଦୂତୀ ନିର୍ଦ୍ଧାରିତ ଦୂରତାକୁ ୧୧.୪୨ ସେକେଣ୍ଡ ସମୟରେ ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁସୀନ୍ଦ୍ରନ୍ ୧୧.୫୩ ସେକେଣ୍ଡ ସମୟରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଏବଂ ପଞ୍ଜାବର ମାନବୀର କୌର୍ ୧୨.୨୮ ସେକେଣ୍ଡ ସମୟରେ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

Comments are closed.