Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା କାର୍‌

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ଓଳିଆପାଟଣା ଠାରେ ଏକ କାର୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି। ଫଳରେ କାରରେ ଥିବା ୬ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦେଢ ବର୍ଷର ଝିଅ ଶିବାଙ୍ଗିନୀ ପଲେଇ ଥିବା ସୂଚନା ରହିଛି। ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ଘଟିଛି। ଅନ୍ୟପଟେ ସମସ୍ତ ଗୁରୁତର ଆହତଙ୍କୁ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଆହତଙ୍କ ମଧ୍ୟରୁ ୬ ବର୍ଷର ପୁଅ ଜଗୁ ପ୍ରଧାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତରିତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ପଣପଣା ଗାଁର ପ୍ରଫୁଲ୍ଲ ପଲେଇ ନିଜ କାର୍‌ରେ ପରିବାର ସହିତ ବାଲେଶ୍ବର ଯାଉଥିଲେ। ତେବେ ଜାତୀୟ ରାଜପଥ ଓଳିଆପଟଣା ଠାରେ ଦୁଇଟି ରାସ୍ତାର ପୋଲ ମଝିରେ କାର୍‌ଟି ୧୬ ଫୁଟ ତଳକୁ ଗାଡ଼ିଟି ଓଲଟିପଡିଥିଲା। ୪ଫୁଟ ପାଣିରେ କାରଟି ବୁଡ଼ିଯାଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ଖନ୍ତାପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ବାଲେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିଲା।

Comments are closed.