Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ମୋ ସରକାର କାର୍ଯ୍ୟକ୍ରମ

ଭୁବନେଶ୍ବର: ଲୋକସେବା ଭବନରୁ ଆଜି ବିଭିନ୍ନ ଥାନାକୁ ଫୋନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୋନ କରିବା ସହ ଭିଡିଓ କନଫରେନ୍ସିଂରେ ଥାନା ଅଧିକାରୀମାନଙ୍କ ସହ ଚର୍ଚ୍ଚା କରୁଛନ୍ତି। ଏଥିପାଇଁ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପହଁଞ୍ଚିଛନ୍ତି। ୭୩ ତମ ସ୍ୱାଧୀନତା ଦିବସରେ ‘ମୋ ସରକାର’ କାର୍ଯ୍ୟକ୍ରମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ୫ଟି କୁ ଭିତି କରି ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଉତରଦାୟିତ୍ୱ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ।
ପ୍ରଥମ ପର୍ଯ୍ୟାୟରେ ଏହା ସବୁ ଥାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେବ। ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ ଏହାକୁ କାର୍ଯ୍ୟକାରୀ କରାଯିବ। ଥାନା ଓ ହସପିଟାଲରେ ଲୋକ କିପରି ରେସପୋନ୍ସ ପାଉଛନ୍ତି ସେ ନେଇ ସିଧାସଳଖ ପଚାରିବୁଝିଛନ୍ତି ମୁଖ୍ୟମନ୍ତ୍ରୀ। ଏପରିକି ହସପିଟାଲରେ ଲୋକେ କିଭଳି ସେବା ପାଉଛନ୍ତି, ସେ କଥା ପଚାରି ବୁଝିବେ। ଏହା ଦ୍ୱାରା ସରକାରୀ ସେବାରେ ଉନ୍ନତି ଆସିବ ଏବଂ ଲୋକଙ୍କ ସହ ପ୍ରଶାସନର ସଂପର୍କକୁ ମଜବୁତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.