Odisha Link
Bridging the Missing Links in Odisha

ସେବା ସପ୍ତାହ: ମେଡିକାଲ୍‌ ପରିସରରେ ଝାଡ଼ୁ ମାରିବା ସହ ଫଳ ବାଣ୍ଟିଲେ ଶାହ

ନୂଆଦିଲ୍ଲୀ: ଆଜିଠୁ ବିଜେପି ଆରମ୍ଭ କରିଛି ସେବା ସପ୍ତାହ। ଏହାକୁ ଆଜି ଶୁଭାରମ୍ଭ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତେବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପୂର୍ବରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବିଜେପି ଏହି ସେବା ସପ୍ତାହ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି ଅବସରରେ ଦିଲ୍ଲୀ ଏମ୍ସ ମେଡିକାଲ ଗସ୍ତ କରି କ୍ୟାମ୍ପସ ପରିସରକୁ ଝାଡୁ ମାରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଫା କରିଥିଲେ। ଶ୍ରୀ ଶାହଙ୍କ ସମେତ ବିଜେପିର କାର୍ଯ୍ୟକାରୀ ସଭାପତି ଜେ.ପି.ନଡ୍ଡା ମଧ୍ୟ ଝାଡୁ ମାରିଥିଲେ। ଦିଲ୍ଲୀ ସ୍ଥିତ ଏମ୍ସରେ ପହଁଚି ଅମିତ୍ ଶାହା ରୋଗୀମାନଙ୍କୁ ସାକ୍ଷାତ କରି ଫଳ ବାଣ୍ଟିଥିଲେ।

ଏଥିସହିତ ବିଜେପିର ଅନ୍ୟ ନେତାମାନେ ମଧ୍ୟ ଶାହାଙ୍କ ସହ ମିଶି ରୋଗୀଙ୍କୁ ଫଳ ବାଣ୍ଟିବା ସହ ମେଡିକାଲ୍ ପରିସରରେ ଝାଡୁ ଲଗାଇଥିଲେ। ତାସହିତ ରୋଗୀଙ୍କ ସମ୍ପର୍କୀୟ ସହ ସୁବିଧା ଅସୁବିଧା ବିଷୟରେ ପଚାରିଥିଲେ ବିଜେପି ନେତା।

Comments are closed.