Odisha Link
Bridging the Missing Links in Odisha

୨ ପାକ୍‌ ସେନା ନିହତ, ଧଳାପତାକା ଦେଖାଇ କେମିତି ନେଲେ ମୃତ ଦେହ ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୀମାରେ ପାକିସ୍ତାନକୁ ଲାଗିଛି ଯୋରଦାର ଝଟକା। ପାକସେନା ଭାରତୀୟ ସୀମାରେ ପ୍ରବେଶ କରୁଥିବା ବେଳେ ଭାରତୀୟ ସେନା ଦେଇଛି କଡ଼ା ଜବାବ। ଭାରତୀୟ ସେନାର ଜବାବରେ ୨ ପାକ୍‌ ଯବାନ ନହିତ ହୋଇଛନ୍ତି। ଧଳା ପତାକା ଦେଖାଇ ମୃତ ଦେହ ନେଇଛନ୍ତି ପାକ୍‌ ସେନା।

ଜମ୍ମୁ-କାଶ୍ମୀରର ହଜିପୁର ସେକ୍ଟରରେ ପାକିସ୍ତାନ ସେନା ବାରମ୍ବାର ଅସ୍ତ୍ରବିରତିର ଖୁଲମଖୁଲା ଉଲଙ୍ଘନ କରୁଥିଲା। ଭାରତୀୟ ସେନା ମଧ୍ୟ ଏହାର ଜବାବ ଦେଇଥିଲା। ଏଥିରେ ୨ ଜଣ ଯବାନ ନିହତ ହୋଇଥିଲେ। ଏନେଇ ସେନା ଏକ ଭିଡିଓ ଜାରି କରିଛି। ଯେଉଁଥିରେ ପାକ୍ ସେନାର କିଛି ଅଫିସର ନିହତ ଧଳା ପତାକା ଧରି ସେମାନଙ୍କ ଯବାନଙ୍କ ମୃତଦେହ ନେବାକୁ ଆସୁଛନ୍ତି।

Comments are closed.