Odisha Link
Bridging the Missing Links in Odisha

ଆରଟିଓ ଅଫିସ୍: ଦଲାଲ ରାଜ ବିଷୟରେ ମନ୍ତ୍ରୀ କହିଲେ ଏମିତି କଥା

ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଆରଟିଓ ଅଫିସରେ ଜମୁଛି ଭିଡ଼। ଏହାର ଫାଇଦା ଉଠାଉଛନ୍ତି ଆରଟିଓ ଅଫିସରେ ଥବା ଦଲାଲ ମାନେ। ଏସବୁ ଖବର ସାମ୍ନାକୁ ଆସିବା ପରେ ନିଜର ମତ ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏନେଇ ଗାଡ଼ିର କାଗଜପତ୍ର ପାଇଁ ଆରଟିଓ ଅଫିସ୍‌ରେ ଦଲାଲି ଚାଲିଥିବା ମନ୍ତ୍ରୀ ସ୍ୱୀକାର କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦଲାଲିଗିରି ବହୁ ଦିନରୁ ଚାଲିଛି। ଆମେ ଦଲାଲିଗିରି ହଟାଇବାକୁ ଚେଷ୍ଟା କରୁଛୁ। ଦଲାଲମାନଙ୍କ ଠାରୁ କିଛି କାମ ଗ୍ରହଣ ନକରିବାକୁ ଆରଟିଓଙ୍କୁ କହିଛୁ। ସିଧାସଳଖ ଲୋକଙ୍କ କାମ କରନ୍ତୁ, ଦଲାଲଙ୍କ କାମ କରନ୍ତୁନି ବୋଲି ଆରଟିଓଙ୍କୁ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି।

ନୂଆ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଧରପଗଡ଼ ଚାଲିଛି। ଲୋକମାନେ ନିଜ ଗାଡ଼ିର ଲାଇଲେନ୍ସ ସହ ଅନ୍ୟ ଡକ୍ୟୁମେଣ୍ଟ କରିବା ପାଇଁ ଆରଟିଓ ଅଫିସକୁ ଦୌଡ଼ୁଛନ୍ତି। କିନ୍ତୁ ଏହାର ଫାଇଦା ଉଠାଉଛନ୍ତି ଦଲାଲ। ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ଭିତରେ ପଶି କାମ କରାଇ ଦେଉଛନ୍ତି। ଯିଏ ପଇସା ଅଧିକ ଦେଲା ତା କାମ ହେଇଯାଉଛି। ଦୁଇ ଚକିଆ ଯାନର ଡକ୍ୟୁମେଣ୍ଟ ପାଇଁ ଦଲାଲମାନେ ୧୮୦୦ ଟଙ୍କା ନେଉଥିବା ବେଳେ କାର୍‌ ପାଇଁ ସାଢ଼େ ୩ ହଜାର ଟଙ୍କା ନେଉଛନ୍ତି। ଓନରସିପ୍ ଚେଞ୍ଜ ସହ ଅନ୍ୟାନ୍ୟ କାମ ପାଇଁ ମଧ୍ୟ ମୋଟା ଅଙ୍କର ଟଙ୍କା ନେଉଛନ୍ତି ଦଲାଲ।

Comments are closed.