ଯବାନଙ୍କ ମୃତ ଦେହ ପହଞ୍ଚିଲା ଗାଁରେ

ନୟାଗଡ଼: ନନ୍ଦିଘୋର ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ଗତକାଲି ମାଲକାନଗିରିରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଯବାନଙ୍କ ମୃତ ଦେହ ଆଜି ନିଜ ଗାଁ’ରେ ପହଞ୍ଚିଛି। ଓଏସ୍ଏପି ଯବାନ ରାହୁଲ ବେହେରାଙ୍କ ମୃତ ଦେହ ଆଜି ନିଜ ଗାଁ’ ନୟାଗଡ଼ ନନ୍ଦିଘୋରରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ତାଙ୍କ ମର ଶରୀରକୁ ମର୍ଯ୍ୟାଦାର ସହ ଗାଁ ଓ ସ୍ଥାନୀୟଲୋକ ଅନ୍ତିମ ବିଦାୟ ଦେଇଥିଲେ।