Odisha Link
Bridging the Missing Links in Odisha

ବିଭିନ୍ନ କାର୍ଯ୍ୟାଳୟକୁ କୃଷି ମନ୍ତ୍ରୀଙ୍କ ଅଚାନକ ଗସ୍ତ, ୫ଟି ପାଳନ କରିବାକୁ ଦେଲେ ନିର୍ଦ୍ଦେଶ (ଦେଖନ୍ତୁ ଭିଡିଓ)

ଭୁବନେଶ୍ବର: ଆଜି କୃଷିମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଭୁବନେଶ୍ୱର ଶହୀଦ ନଗର ଠାରେ ଥିବା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ। ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ ଏବଂ ବୁଲାକୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କେନ୍ଦ୍ର ପରିଦର୍ଶନ କରିବାସହିତ ଉପସ୍ଥାନ ଖାତା ଯାଞ୍ଚ କରିଥିଲେ। ଅନୁପସ୍ଥିତ କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିର୍ଦ୍ଧେଶ ଦେଲେ।

ଏଥିସହିତ ଦିନ ୧୦.୩୦ ମିନିଟରେ ରାଜ୍ୟ ମାନ ନିୟନ୍ତ୍ରଣ ପରୀକ୍ଷାଗାରକୁ ଗସ୍ତ କରିଥିଲେ। ବିଭିନ୍ନ ଗବେଷଣା କେନ୍ଦ୍ର ବୁଲି ଦେଖିବା ସହିତ ସମ୍ମିଳନୀ କକ୍ଷରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ରକୁ କଡ଼ାକଡ଼ି ଭାବେ ପାଳନ କରିବାପାଇଁ ନିର୍ଦ୍ଧେଶ ଦେଲେ। ନିମ୍ନମାନର କୀଟନାଶକ ପ୍ରସ୍ତୁତକାରୀ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ୧୦ ଜଣ କୃଷି ଉପ-ନିର୍ଦେଶକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

Comments are closed.