Odisha Link
Bridging the Missing Links in Odisha

ଅଦନାନଙ୍କୁ ଭାରିପଡିଲା ମୁମ୍ବାଇରେ ଫ୍ଲାଟ କିଣା

ମୁମ୍ବାଇ:ଅଦନାନ ସାମି ୨୦୦୩ ମସିହାରେ ପାକିସ୍ତାନୀ ନାଗରିକତ୍ଵ ଥାଇ ମଧ୍ୟ ମୁମ୍ଵାଇରେ ଫ୍ଲାଟ୍ ଓ ପାର୍କିଂ ସ୍ଥାନ କିଣିଛନ୍ତି । ତେଣୁ ତାଙ୍କ ଉପରେ ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗିଛି।କିନ୍ତୁ ଗାୟକଙ୍କ ପାଇଁ ଏହି ଜୋରିମାନା କିଛି ଅଧିକ ନୁହେଁ, କାରଣ ଏହା ପୂର୍ବରୁ ତାଙ୍କର କୋଟି କୋଟି ଟଙ୍କାର ସଂପତ୍ତିକୁ ଜବତ କରିବାପାଇଁ ସରକାର ଆଦେଶ ଦେଇଥିଲେ , କିନ୍ତୁ ଏହି ଆଦେଶକୁ ଟ୍ରାଇବୁନାଲ ସେପ୍ଟେମ୍ବର ୧୨ରେ ଖାରଜ କରି ଦେଇଥିଲେ ।

ଅଦନାନ ସାମି ୨୦୦୩ରେ ମୁମ୍ବାଇ ଠାରେ ୮ଟି ଫ୍ଲାଟ ଓ ୫ଟି ପାର୍କିଂ ସ୍ପେସ୍ କିଣିଥିଲେଏବଂ ସେତେବେଳେ ସେ ପାକିସ୍ତାନର ନାଗରିକ ଥିଲେ। ଭାରତୀୟ କାନୁନ ଅନୁସାରେ ଯଦି ବିଦେଶୀ ନାଗରିକ କିଛି ସଂପତ୍ତି ଭାରତରେ କିଣନ୍ତି ତାହାର ସୂଚନା ଆରବିଆଇକୁ ଦେବାକୁ ପଡ଼ିଥାଏ । କିିନ୍ତୁ ଅଦନାନ ଏହି ବିଷୟରେ ଆରବିଆଇ କୁ କିଛି ସୂଚନା ଦେଇନଥିଲେ । ପରେ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ଆଧାରରେ ଗାୟକଙ୍କ ଉପରେ ୨୦୧୦ରେ ୨୦ ଲକ୍ଷ ଟଙ୍କାର ଜୋରିମାନା ସହିତ ତାଙ୍କର ସଂପତ୍ତିକୁ ଜବତ କରିଥିଲେ। ଏବଂ ଅଦନାନ ଏହି ବିରୋଧରେ ଅପିଲେଟ୍ ଟ୍ରାଇବୁନାଲ କୋର୍ଟରେ ଅପିଲ କରିଥିଲେ।

ଏହା ଉପରେ ବର୍ତ୍ତମାନ ଟ୍ରାଇବୁନାଲରୁ ନିଷ୍ପତ୍ତି ଆସିଛି। ଟ୍ରାଇବୁନାଲର ଅଧ୍ୟକ୍ଷ କହିଛନ୍ତି ,ଏହି ମାମଲାରେ କୌଣସି ପ୍ରକାରର ଫରେନ୍ସ ଏକ୍ସଚେଞ୍ଜ ସାମିଲ ହୋଇ ନାହିଁ, ଏବଂ ବିଦେଶୀ ମୁଦ୍ରାର କୌଣସି କ୍ଷତି ଘଟିନାହିଁ। ଭାରତୀୟ ମୁଦ୍ରାରେ ଅନୁସାରେ ପୂରା ଅର୍ଥ ପୈଠ କରାଯାଇଛି। ଏବଂ ସଂପତ୍ତି ପାଇଁ ନିଆଯାଇଥିବା ଲୋନ, ଭାରତ ଏବଂ ବାହାରୁ ହୋଇଥିବା ଆୟ ଓ ଲାଗିଥିବା ଟ୍ୟାକ୍ସରେ ମଧ୍ୟ ଗାୟକ ଭାରତୀୟ ମୁଦ୍ରାରେ ପୈଠ କରିଛନ୍ତି।

ଏହାକୁ ଆଧାର ଦର୍ଶାଇ ଟ୍ରାଇବୁନାଲ ଅଦନାନଙ୍କ ସଂପତ୍ତି ଜବତ କରିବା ଆଦେଶକୁ ଖାରଜ କରିଛନ୍ତି । ଇଡି ଦ୍ଵାରା ଅଦନାନଙ୍କ ଉପରେ ଲଗାଯାଇଥିବା ଜୋରିମାନା ରାଶିକୁ ୫୦ ଲକ୍ଷ ବଢାଇ ଦିଆଯାଇଛି। ଏବେ ଗାୟକଙ୍କୁ କେବଳ ୪୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିବ କାରଣ ସେ ପୂର୍ବରୁ ୧୦ ଲକ୍ଷ ଟଙ୍କା ଦେଇ ସାରିଛନ୍ତି। ଅଦନାନ ବାକି ଜୋରିମାନା ରାଶିକୁ ଦେବା ପାଇଁ ତିନି ମାସ ସମୟ ମାଗିଛନ୍ତି ।

Comments are closed.