ମହାନଦୀରେ ବୁଡ଼ିଗଲେ ଯୁବକ

କଟକ: ଶଙ୍ଖାମେରୀ ମହାନଦୀ ଘାଟରେ ଘଟିଛି ଅଘଟଣ। କଟକ ବଡ଼ମ୍ବା ଥାନା ଅନ୍ତର୍ଗତ ଶଙ୍ଖାମେରୀ ମହାନଦୀ ଘାଟରେ ଜଣେ ଯୁବକ ବୁଡ଼ି ଯାଇଛନ୍ତି। ବୁଡ଼ି ଯାଇଥିବା ବ୍ୟକ୍ତିଙ୍କ ନାମ ପ୍ରକାଶ ସାହୁ। ତାଙ୍କର କୌଣସି ପତ୍ତା ମିଳୁନାହିଁ।
ନରସିଂହପୁର ମାଧେଇପଡ଼ାରେ ତାଙ୍କ ଘର ବୋଲି ଜଣାପଡ଼ିଛି। ପ୍ରକାଶ ମାମୁଘର ଶଙ୍ଖାମେରୀକୁ ବୁଲିବାକୁ ଆସିଥିଲେ। ଗତକାଲି ସେ ଶଙ୍ଖାମେରୀ ମହାନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ସେ ବୁଡ଼ିଯାଇଥିଲେ। ତା’ ପରଠୁ ତାଙ୍କର ପତ୍ତା ମିଳୁ ନାହିଁ। ଆଜି ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ତାଙ୍କୁ ଖୋଜାଖୋଜି କରୁଛନ୍ତି।