ପିଲାଙ୍କୁ ପାଠ ପଢ଼ାଇଲେ ଆଇନ୍ ମନ୍ତ୍ରୀ

ସୁନ୍ଦରଗଡ଼: ସ୍କୁଲ ପିଲାଙ୍କୁ ପାଠପଢ଼ାଇଲେ ରାଜ୍ୟର ଆଇନ୍ ମନ୍ତ୍ରୀ। ପାଠ ପଢ଼ାଇବା ସହିତ ପିଲାଙ୍କ ସହ କିଛି ସମୟ କାଟିଥିଲେ ମନ୍ତ୍ରୀ ପ୍ରତାପ ଜେନା। ଯାହା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ସୁନ୍ଦରଗଡ ଜିଲ୍ଳା ଗସ୍ତରେ ଅଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା। ସେ ମଧ୍ୟ ଆଜି ସ୍କୁଲକୁ ଯାଇ ପିଲାଙ୍କ ସହ ସମୟ ବିତାଇଛନ୍ତି।
ପିଲାଙ୍କ ସହିତ ଭାବ ବିନିମୟ କରିବା ସହିତ ସେ ପିଲାଙ୍କୁ ଗଣିତ ପାଠ ପଢ଼ାଇଛନ୍ତି। ମନ୍ତ୍ରୀଙ୍କ ପ୍ରୋଗ୍ରାମରେ ସ୍କୁଲ ଭିଜିଟ ନ ଥିଲା। କିନ୍ତୁ ମନ୍ତ୍ରୀ ହଠାତ୍ ସ୍କୁଲ ପରିଦର୍ଶନ କରିଥିଲେ। ଆଉ ସେ ପ୍ରାୟ ୪୫ ମିନିଟ କାଳ ସ୍କୁଲରେ ରହିଥିଲେ। ଯାହା ଏବେ ସୋପିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।