Odisha Link
Bridging the Missing Links in Odisha

ମୋର ଭାରତ ସହ ଭଲ ସମ୍ପର୍କ

ନ୍ୟୁୟର୍କ: ରବିବାର ଦିନ ମୋଦି-ଟ୍ରମ୍ପଙ୍କ ଦୋସ୍ତି ସାରା ବିଶ୍ବ ଦେଖିଥିଲା। ପରେ ଗତକାଲି(ସୋମବାର) ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ହୋଇଥିଲା। ଆସନ୍ତାକାଲି ଜାତିସଂଘ ସାଧାରଣ ପରିଷଦର ବୈଠକ ପୂର୍ବରୁ ଗତକାଲି ନ୍ୟୁୟର୍କରେ ପରସ୍ପରକୁ ଭେଟିଛନ୍ତି ଏହି ଦୁଇ ଦେଶର ନେତା। ଟ୍ରମ୍ପଙ୍କ ସହ ଆଲୋଚନା ବେଳେ ଇମ୍ରାନ୍ କଶ୍ନୀର ପ୍ରସଙ୍ଗ ଉଠାଇଥିଲେ। ଯାହାକୁ ନେଇ ଟ୍ରମ୍ପ ସିଧାସିଧା କହିଥିଲେ ଭାରତ ସହିତ ମୋର ସମ୍ପର୍କ ଭଲ। ଏହି ପ୍ରସଙ୍ଗରେ ତୃତୀୟ ପକ୍ଷ ସହିତ କଥା ହେବା ପାଇଁ ଭାରତ ରାଜି ନାହିଁ। ଆଗାମୀ ଦିନରେ କଶ୍ମୀର ପ୍ରସଙ୍ଗରେ ଦୁଇ ଦେଶ ଆଗକୁ ଆସିବେ ବୋଲି ସେ ଆଶା ରଖିଥିବା କହିଛନ୍ତି।

ଏହାପରେ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ନିଜର ପୁରୁଣା କଥା ଦୋହରାଇଥିଲେ । ଯଦି ଦୁଇ ପକ୍ଷ ରାଜି ହେବେ ତାହେଲେ ସେ ମଧ୍ୟସ୍ଥି କରିବା ପାଇଁ ରାଜି ବୋଲି ଟ୍ରମ୍ପ କହିଛନ୍ତି। ଏହି ଅବସରରେ ପାକିସ୍ତାନର ଜଣେ ସାମ୍ୱାଦିକ ଟ୍ରମ୍ପଙ୍କୁ କଶ୍ମୀରରେ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ବାବଦରେ ଜବାବ ମାଗିଥିଲେ। ଟ୍ରମ୍ପ ସଙ୍ଗସଙ୍ଗେ ଚିଡ଼ି ଯାଇ ଇମ୍ରାନଙ୍କୁ କହିଥିଲେ ଏମିତି ରିପୋର୍ଟର କେଉଁଠୁ ଆଣୁଛ?

କଶ୍ମୀର ପ୍ରସଙ୍ଗରେ ମୋଦିଙ୍କ ଅଭିଭାଷଣ ବହୁତ ଆକ୍ରାମଣାତ୍ମକ ରହିଛି। ପ୍ରଧାନମନ୍ତ୍ରୀ ମୋଦି କଶ୍ମୀର ପ୍ରସଙ୍ଗରେ ଯେତେବେଳେ ନିଜର ମତ ରଖୁଥିଲେ ସେଠାରେ ଉପସ୍ଥିତ ଥିବା ଲୋକ ବହୁତ ଗୁରୁତ୍ୱ ସହ ତାଙ୍କୁ ଶୁଣୁଥିଲେ। ମୋର ପାକିସ୍ତାନ ଉପରେ ଭରସା ରହିଛି। ହେଲେ ତାଙ୍କ ସାମ୍ନାରେ ଥିବା ଲୋକଙ୍କର ପାକିସ୍ତାନ ଉପରେ ଭରସା ନାହିଁ ବୋଲି ଇମ୍ରାନଙ୍କୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ।

Comments are closed.