Odisha Link
Bridging the Missing Links in Odisha

ଓଡ଼ିଆ ଝିଅଙ୍କ କମାଲ

ଭୁବନେଶ୍ୱର: ଓଡିଆ ସିନେମା ସହିତ ତାମିଲ ସିନେମାରେ ମଧ୍ୟ ଏବେ ଓଡ଼ିଆ ଝିଅ ନଜର ଆସିବେ ।ସେ ହେଇଛନ୍ତି ଦେବସ୍ମିତା ପଟ୍ଟନାୟକ । ତାମିଲ ସିନେମା ‘ଦରବାର’ରେ ତାଙ୍କୁ ଦେଖିବାକୁ ମିଳିବ । ଏହି ସିନେମାରେ ତାମିଲ ସୁପରଷ୍ଟାର ରଜନୀକାନ୍ତ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି।


ଦେବସ୍ମିତା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବିଏସ୍‌ସି ଛାତ୍ରୀ। ସେ ବର୍ଷେ ହେବ ମୁମ୍ବାଇରେ ରହୁଛନ୍ତି ।ସୁୁପରଷ୍ଟାର ରଜନୀକାନ୍ତଙ୍କ ସହ ଅଭିନେତ୍ରୀ ନୟନଥାରା ମଧ୍ୟ ନଜର ଆସିବେ।ଏହି ସିନେମାଟି ଆସନ୍ତା ବର୍ଷ ଜାନୁଆରୀରେ ରିଲିଜ୍ ହେବ।ଏଆର୍‌ ମୁରୁଗାଡୋସ୍‌ ଏହି ସିନେମାକୁ ନିର୍ଦ୍ଦେଶନା ଦେଉଛନ୍ତି । ଦେବସ୍ମିତାଙ୍କ ସଫଳତାକୁ ନେଇ ଗଜପତି ଜିଲ୍ଲା ସହିତ ସାରା ଓଡ଼ିଶା ଗର୍ବିତ ଅନୁଭବ କରୁଛି।

Comments are closed.