Odisha Link
Bridging the Missing Links in Odisha

ଗୋଡାଇ ଗୋଡାଇ ୨ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ

ରେଢାଖୋଲ: ରେଢାଖୋଲ ଯୁଯୁମରା ଥାନା ଡଙ୍ଗରପଡା ପଞ୍ଚାୟତ ଭଣ୍ଡାରିମାଲ ଗାଁରେ ଡବଲ ମର୍ଡର ହୋଇଛି। ଗାଁ ଦାଣ୍ଡରେ ୫ ଜଣଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ। ଗୋଟିଏ ପରିବାରର ୨ ଭାଇ ପ୍ରାଣ ଚାଲିଯାଇଛି। ମୃତକ ୨ ଜଣ ହେଲେ ଭଣ୍ଡାରିମାଲ ଗାଁ ତଳିପଡାର ଶକ୍ତିଭୂଷଣ କୁମରା ଓ ଅରବିନ୍ଦ କୁମରା। ଆଉ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି। ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ମୃତକଙ୍କ ଭାଇ ବିଭୂତି ଭୂଷଣ କୁମରା ଓ ସଂପର୍କୀୟ ନନ୍ଦଲାଲ ଭୁଏ। ସମସ୍ତଙ୍କ ଗୋଡକୁ କାଠ ଉପରେ ରଖି ହାଣି ଛିଣ୍ଡାଇ ଦେଇଛନ୍ତି। ବିଳମ୍ବିତ ରାତିରେ ମଦ ପିଇବା ପରେ ଗାଁର ଜଣେ ଝିଅକୁ କମେଣ୍ଟ ଓ ମାରପିଟ ଘଟଣାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି।
ମିଳିଥିବା ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଜଣେ ଝିଅଙ୍କୁ ତଳିପଡ଼ାର କିଛି ଯୁବକ କମେଣ୍ଟ ମାରିବା ସହ ଗାଳିଗୁଲଜ କରିଥିଲେ। ସେହି ଘଟଣାକୁ ନେଇ ଝିଅଙ୍କ ପରିବାର ଓ କିଛି ସଂପର୍କୀୟ ସକାଳେ ଆଲୋଚନା ପାଇଁ ସେଠାକୁ ଯାଇଥିଲେ। କିନ୍ତୁ କମେଣ୍ଟ ମାରିଥିବା ଯୁବକମାନେ ଅନୁପସ୍ଥିତ ଥିଲେ। ତେବେ ଗାଁ ଦାଣ୍ଡରେ ଗାଳିଗୁଲଜ କରି ପରିବାର ଓ ସଂପର୍କୀୟ ଫେରିଥିଲେ। ଏହି ଘଟଣା ପରେ କମେଣ୍ଟ ମାରିଥିବା ଗୋଷ୍ଠୀ ସନ୍ଧ୍ୟାରେ ଟାଙ୍ଗିଆ ଓ ଅନ୍ୟ ମାରଣାସ୍ତ୍ର ଧରି ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଝିଅଙ୍କ ସମ୍ପର୍କୀୟ ପୁଣି ଗାଁ ମୁଣ୍ଡରେ ପହଞ୍ଚିବା ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। କମେଣ୍ଟ ମାରିଥିବା ଗୋଷ୍ଠୀ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ। ଗାଁ ଦାଣ୍ଡର ଏହି ବୀଭତ୍ସ ଦୃଶ୍ୟ ଦେଖି ଲୋକେ ଆତଙ୍କିତ ହୋଇଯାଇଥିଲେ ସୁଦ୍ଧା କେହି ପୁଲିସ୍ କୁ ସୂଚନା ଦେଇନଥିଲେ । ପରେ ରାତି ପ୍ରାୟ ୧୧ଟାରେ ପୁଲିସ୍ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

Comments are closed.