Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଆଇସିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ; ୱେବସାଇଟରେ ରେଜଲ୍ଟ ଉପଲବ୍ଧ

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଆଇସିଏସ୍ଇ ଦଶମ ଓ ଦ୍ବାଦଶ ରେଜଲ୍ଟ। ଉଭୟ ଆଇସିଏସ୍ଇ (ଦଶମ) ଓ ଆଇଏସ୍ସି (ଦ୍ୱାଦଶ) ଶ୍ରେଣୀର ଫଳ ପ୍ରକାଶ ପାଇବ। ଦିନ ୧୧ଟାରେ ସିଆଇଏସ୍ସିଇର ୱେବସାଇଟରେ www. cisce.orgରେ ଫଳ ଉପଲବ୍ଧ ହୋଇଛି। ଦଶମରେ ବାଜିମାରିଲେ ଝିଅ, ଦ୍ୱାଦଶରେ ବାଜିମାରିଲେ ପୁଅ। ପରୀକ୍ଷା ଫଳ ପ୍ରକାଶ ସ୍କୋର କାର୍ଡ ଡିଜି ଲକର୍ ଏବଂ ବୋର୍ଡ ୱେବ୍ସାଇଟ୍ ଏବଂ କ୍ୟାରିଅର ପୋର୍ଟାଲରେ ଦେଖିପାରିବେ ଶିକ୍ଷାର୍ଥୀ।

ଏଠାରୁ ପରୀକ୍ଷାର୍ଥୀମାନେ ନିଜର ତଥ୍ୟ ଦେଇ ସ୍କୋର କାର୍ଡ ଡାଉନଲୋଡ୍ କରିପାରିବେ। ପାଇଥିବା ନମ୍ବରରେ ସନ୍ତୁଷ୍ଟ ନ ଥିଲେ ମେ ୧୦ ତାରିଖ ମଧ୍ୟରେ ରିଚେକିଂ ପାଇଁ ଆବେଦନ କରିପାରିବେ। ଏଥିପାଇଁ ୧ହଜାର ଟଙ୍କା ଆବେଦନ ଫି ଦାଖଲ କରିବାକୁ ପଡ଼ିବ। ପୁନଃ ମୂଲ୍ୟାୟନ ପାଇଁ ପେପର ପିଛା ଦେଢ଼ ହଜାର ଟଙ୍କା ଦାଖଲ କରିବେ। ୪ ସପ୍ତାହ ମଧ୍ୟରେ ରିଚେକିଂ ରେଜଲ୍ଟ ମିଳିବ।

Leave A Reply

Your email address will not be published.