ପ୍ରକାଶ ପାଇଲା ଯୁକ୍ତ-୨ ପରୀକ୍ଷା ତାରିଖ

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ତାରିଖ। ମାର୍ଚ୍ଚ ପ୍ରଥମ ସପ୍ତାହରେ ଯୁକ୍ତ୨ ଥିଓରି ପରୀକ୍ଷା ହେବାକୁ ଥିବାବେଳେ ଜାନୁଆରି ୧୫ରୁ ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ତାରିଖଠାରୁ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ପାଇଛି।
୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିନା ଜରିମାନାରେ ଫର୍ମ ପୂରଣ କରିବେ ଓ ୨୫ରୁ ଅକ୍ଟୋବର ୧ ମଧ୍ୟରେ ଫି’ ଦାଖଲ କରିପାରିବେ। ଅକ୍ଟୋବର ୧୪ରୁ ୧୮ ମଧ୍ୟରେ ୫୦ ଟଙ୍କା ଜରିମାନା ଦେଇ ପରୀକ୍ଷାର୍ଥୀମାନେ ଫର୍ମ ପୂରଣ କରିବେ। ୧୫ରୁ ୧୯ ତାରିଖ ମଧ୍ୟରେ ଫି’ ଦାଖଲ କରି ହେବ। ସେହିପରି ଅକ୍ଟୋବର ୧୯ରୁ ୨୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ୩୫୦ ଟଙ୍କା ଜରିମାନାରେ ଫର୍ମ ପୂରଣ କରିବେ ଓ ୨୧ରୁ ୨୩ ତାରିଖ ମଧ୍ୟରେ ଫି’ ଦାଖଲ କରିପାରିବେ।
ଏଥିସହିତ ୨୦୧୫ରେ ନାମ ପଞ୍ଜୀକରଣ କରିଥିବା ଓ ୨୦୧୭ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ପୁରୁଣା ସିଲାବସ୍ ଅନୁଯାୟୀ ୨୦୨୦ ବାର୍ଷିକ ପରୀକ୍ଷା ଦେବେ। ତେବେ ୨୦୧୬ ଓ ୨୦୧୭ରେ ନାମ ପଞ୍ଜୀକରଣ କରି ଯଥାକ୍ରମେ ୨୦୧୮ ଓ ୨୦୧୯ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ନୂତନ ସିଲାବସ୍ ଅନୁଯାୟୀ ପରୀକ୍ଷା ଦେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।