Odisha Link
Bridging the Missing Links in Odisha

ପୁଣି ସାପ କାମୁଡାରେ ମା’ ପୁଅ ମୃତ

ଜି.ଉଦୟଗିରି: କନ୍ଧମାଳ କେ.ନୂଆଗାଁ ବ୍ଲକ ଟପର ଗାଁରେ ସାପ କାମୁଡାରେ ପୁଅ ଓ ମା’ଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମା’ଙ୍କୁ ଗୁରୁତର ଅବସ୍ଥାରେ କେ.ନୂଆଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲରେ ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଏକ ବିଷ ଧର ସାପ ଉଭୟ ପୁଅ ଏବଂ ମା’କୁ କାମୁଡି ଦେଇଥିଲା। ଫଳରେ ୩ୟ ଶ୍ରେଣୀରେ ପଢ଼ୁଥିବା ପୁଅ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମା’କୁ ମଧ୍ୟ ସାପଟି କାମୁଡିଦେଇଥିଲା । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ମା’ ରାଜଲକ୍ଷ୍ମୀଙ୍କୁ କେ.ନୂଆଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ମା’ଙ୍କର ମୃତ୍ୟୁ ହୋଇଛି। ଗତକାଲି ସାପ କାମୁଡାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା ।

Comments are closed.