Odisha Link
Bridging the Missing Links in Odisha

ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦି-ଟ୍ରମ୍ପ୍

ନୂଆଦିଲ୍ଲୀ: ‘ହାଓଡି ମୋଦୀ’ କାର୍ଯ୍ୟକ୍ରମର ଠିକ୍‌ ପରଦିନ ପରେ ଅର୍ଥାତ୍‌ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହେବ। ନ୍ୟୁୟର୍କରେ ହେବାକୁ ଜାତିସଂଘରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦି। ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ୧୨.୧୫ରେ ଟ୍ରମ୍ପଙ୍କୁ ଭେଟିବେ ବୋଲି ପୂର୍ବରୁ ସୂଚନା ରହିଥିଲା।

ମୋଦୀ ଓ ଟ୍ରମ୍ପଙ୍କର ଏହି ବୈଠକ ହେବାକୁ ଯାଉଛି। ଆମେରିକା ଓ ଭାରତର ସଂପର୍କକୁ ଏକ ନୂଆ ଉଚ୍ଚତାକୁ ନେଇଯିବା ସଂପର୍କରେ କଥା ହୋଇ ବିଶ୍ୱର ଦୁଇଟି ବଡ଼ ଲୋକତନ୍ତ୍ରର ନେତା ମୋଦୀ ଓ ଟ୍ରମ୍ପ ଳଜବାୟୁ ପରିବର୍ତ୍ତନ, ଆତଙ୍କବାଦ୍‌, ଶକ୍ତି ଓ ବ୍ୟାପାର ପ୍ରସଂଗରେ ଆଲୋଚନା କରିଛନ୍ତି।

କାର୍ଯ୍ୟକ୍ରମରେ ମୋଦୀ ଓ ଟ୍ରମ୍ପଙ୍କ ବନ୍ଧୁତ୍ୱ ସ୍ପଷ୍ଟ ଦିଶୁଥିଲା। ଗତକାଲି କାର୍ଯ୍ୟକ୍ରମରେ ମୋଦୀ ଓ ଟ୍ରମ୍ପଙ୍କୁ ଯେପରି ଘନିଷ୍ଠ ହେବାର ଦେଖିବାକୁ ମିଳିଥିଲା ଏପରି ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଏହାବ୍ୟତୀତ ୨୦୨୦ରେ ହେବାକୁ ଥିବା ଆମେରିକା ନିର୍ବାଚନର ପ୍ରଚାର କରି ମୋଦୀ କହିଥିଲେ, ‘ଅବ୍‌କି ବାରି ଟ୍ରମ୍ପ୍‌ ସରକାର।’

Comments are closed.