ଇସ୍ତଫା ଦେଲେ ତ୍ରିପୁରା କଂଗ୍ରେସ ମୁଖ୍ୟ, କହିଲେ ଏପରି କଥା..
ନୂଆଦିଲ୍ଲୀ: ତ୍ରିପୁରା କଂଗ୍ରେସ ମୁଖ୍ୟ ପଦ ଓ ଦଳରୁ ଇସ୍ତଫା ଦେଲେ ପ୍ରଦ୍ୟେତ ଦେବ ବରମନ। ସେ ଆଜି ଇସ୍ତଫା ଦେଇଛନ୍ତି। ଯାହାଫଳରେ ଉତ୍ତର ପୂର୍ବରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। କଂଗ୍ରେସ ତାଙ୍କୁ ଦୁର୍ନୀତି ଗ୍ରସ୍ତଙ୍କ ସହ ବୁଝାମଣା କରି କାର୍ଯ୍ୟ କରିବାକୁ କହୁଥିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି।
Woke up today after a long time feeling relaxed . I start this day without having to listen to criminals and liars. Not having to worry about which colleague will back stab u ,not having to indulge in groupism and backchat. Today I can contribute for my state with a clear mind. pic.twitter.com/CjqFnE8cvg
— Pradyot_Tripura (@PradyotManikya) September 24, 2019
ଆଜି ଟ୍ୱିଟ କରି ସେ କହିଛନ୍ତି, “ଆଜି ସକାଳୁ ଉଠିବା ପରେ ଭାରି ଆଶ୍ୱସ୍ତି ଲାଗୁଛି। ଆଜି ମୁଁ ଅପରାଧୀ ଓ ମିଛୁଆଙ୍କ କଥା ଶୁଣିବି ନାହିଁ। ମୋର କେଉଁ ସହଯୋଗୀ ମୋ ପଛରୁ ଛୁରା ମାରିବ, ସେ ଭୟ ମଧ୍ୟ ମୋର ଆଉ ନାହିଁ । ସେହିପରି ଗ୍ରୁପ ଓ ଚୁଗୁଲି ଚାପଟ କରିବାକୁ ଆଉ କେହି ନାହାନ୍ତି। ଏବେ ଏକ ସ୍ୱଚ୍ଛ ମସ୍ତିଷ୍କରେ ମୁଁ ମୋ ରାଜ୍ୟ ପାଇଁ କାମ କରିପାରିବି।”
Thank you for all your support ! I will miss you all and i love you . I am sorry if i couldnt do enough for u but i really tried @DebjaniLaskar @BaptuTripuraINC @arnikasaha3 @ShreyasiINC @BiswajitINC @PrasenjitDas_ @pujanbiswaspyc @tanmoydharTPYC @HollywoodChakma @amitkrsaha_INC pic.twitter.com/NHUUFIzuGU
— Pradyot_Tripura (@PradyotManikya) September 24, 2019
ଆଉ ଏକ ଟ୍ୱିଟରେ ସେ ହ୍ୟାଶଟାକ ରିଜାଇନ୍ ବା #Resigned ଲେଖିଛନ୍ତି। ଏଥିରେ ସେ କହିଛନ୍ତି, “ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ମୁଁ ସମସ୍ତଙ୍କ ଅନୁପସ୍ଥିତିକୁ ଅନୁଭବ କରିବି। ମୁଁ ସମସ୍ତଙ୍କୁ ଭଲ ପାଏ। ଆପଣ ମାନଙ୍କ ପାଇଁ ଯଦି କିଛି କରି ନଥିବି,ତା’ହେଲେ ସେଥିପାଇଁ ଦୁଃଖ ପ୍ରକାଶ କରୁଛି। କିନ୍ତୁ ମୁଁ ଭଲ କାମ କରିବାକୁ ଚେଷ୍ଟା କରିଥିଲି।”
Comments are closed.