Odisha Link
Bridging the Missing Links in Odisha

ସ୍ପେଶାଲ କ୍ରାଇମ୍ ୟୁନିଟ ଗଠନ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନିଶା କାରବାର ଓ ଅପରାଧିକ ମାମଲା ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ କମିଶନରେଟ ପୁଲିସ ଏକ ସ୍ପେଶାଲ କ୍ରାଇମ ୟୁନିଟ ଗଠନ କରାଯିବ। ଏନେଇ କମିଶନରେଟ ପୁଲିସ ଆଜି ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅନ୍ୟ କମିଶନରେଟ ପୁଲିସ ଢ଼ାଞ୍ଚାରେ ଏହି କ୍ରାଇମ ୟୁନିଟ ପ୍ରସ୍ତୁତ କରାଯିବ। ଡିଆଇଜି ପାହ୍ୟା ପୁଲିସ ଅଧିକାରୀ ଓ ଯୁଗ୍ମ ପୁଲିସ କମିଶନର ଏହାର ଦାୟିତ୍ୱରେ ରହିବେ। ନିଶା କାରବାର, ସଂଗଠିତ ଅପରାଧକୁ ଏହି ୟୁନିଟ ନିୟନ୍ତ୍ରଣ କରିବ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Comments are closed.