Odisha Link
Bridging the Missing Links in Odisha

ପୁଣି ଥରେ ଚର୍ଚ୍ଚାରେ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଓ ଉର୍ବଶୀ ରୌତେଲା

ମୁମ୍ୱାଇ: ଅଲ୍‌ରାଉଣ୍ଡର କ୍ରିକେଟ୍‌ର ହାର୍ଦ୍ଦିକ୍‌ ପାଣ୍ଡ୍ୟା କ୍ରିକେଟ୍ ରେ ଧମାଲ କରିବା ସହିତ ,ସୋସିୟାଲ ମିଡିଆରେ ମଧ୍ୟ ଆକ୍ଟିଭ୍ ଥାଆନ୍ତି ।ହାର୍ଦ୍ଦିକ୍‌ ପାଣ୍ଡ୍ୟା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ସେୟାର୍‌  କରିଥିଲେ। ସେ କିପରି ଜୀବନରେ ସଂଘର୍ଷ କରୁଥିଲେ ତାହା ସେ ହି ଫଟୋରୁ ଜଣା ପଡୁଥିଲା ।ସେହି ଫଟୋରେ ପାଣ୍ଡ୍ୟା ଏକ ଟ୍ରକ୍‌ରେ ଛିଡ଼ା ହୋଇଛନ୍ତି ।


ଫଟୋଟିକୁ ସେୟାର୍‌ କରିସେ ଲେଖିଥିଲେ,’ ଏହି ଫଟୋ ସେହି ଦିନର ଯେବେଳେ ମୁଁ କ୍ରିକେଟ୍‌ ଲୋକାଲ୍‌ ମ୍ୟାଚ୍‌ ଖେଳିବା ପାଇଁ ଟ୍ରକ୍‌ରେ ବସି ଯାଉଥିଲି। ମୁଁ ଏଥିରୁ ବହୁତ କିଛି ଶିଖିଛି। ଏହି ଯାତ୍ରା ମୋ ପାଇଁ ଭଲ ଥିଲା। ହଁ, ମୁଁ କ୍ରିକେଟ୍‌ ଖେଳକୁ ବହୁତ ଭଲପାଏ।’
ତାଙ୍କର ଏହି ଫଟୋକୁ ଦେଖି ଉର୍ବଶୀ ରୌତେଲା ବହୁତ କମେଣ୍ଟ ଦେଇଥିଲେ , ସେ ଲେଖି ଥିଲେ ମୁଁ ଯେତେ ବେଳେ ବ୍ୟାସକେଟ ବଲ ଖେଳିବାକୁ ଯାଉଥିଲି ସେତେବେଳେ ମୁଁ ଟ୍ରେନରେ ଯିବା ଆସିବା କରୁଥିଲି ।

ସୂଚନା ଅନୁସାରେ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଓ ଉର୍ବଶୀ ରୌତେଲା ପରସ୍ପରକୁ ଡେଟ୍‌ କରୁଛନ୍ତି । କିନ୍ତୁ ଦୁହେଁ ସେମାନଙ୍କ ସମ୍ପର୍କକୁ  ସ୍ୱୀକାର କରୁ ନାହାଁନ୍ତି।ହେଲେ ହାର୍ଦ୍ଦିକଙ୍କ ଏହି ଫଟୋରେ କମେଣ୍ଟ୍‌ ଦେଇ ଉର୍ବଶୀ ଚର୍ଚ୍ଚାରେ ରହିଛନ୍ତି।

Comments are closed.