Odisha Link
Bridging the Missing Links in Odisha

ଉତ୍ତର ଭାରତରେ ଭୂମିକମ୍ପ

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଭାରତ ଓ ପାକିସ୍ତାନର କିଛି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଝଟକାରେ ଦୋହଲିଛି ଉତ୍ତର ଭାରତ। ଭୂମିକମ୍ପର ଝଟକା ଏତେ ଥିଲା ଯେ ଲୋକେ ଭୟଭୀତ ହୋଇ ନିଜ ଘରୁ ବାହାରି ଆସିଛନ୍ତି। ହେଲେ କୌଣସି କ୍ଷୟକ୍ଷତି ବାବଦରେ ଏଯାଏ ସୂଚନା ମିଳିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଲାହୋରରୁ ୧୭୩ କି.ମି ଦୂରରେ ଭୂକମ୍ପ କେନ୍ଦ୍ର ସ୍ଥଳ। ଲାହୋରରୁ ଉତ୍ତର ପଶ୍ଚିମ ୧୭୩ କି.ମି ଦୂର ଜାଟଲାନ ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୬.୧ ସୂଚନା ରହିଛି। ଏହାରି ଫଳରେ ନୂଆଦିଲ୍ଲୀ, ପଞ୍ଜାବ, ଜାମ୍ମୁ-କଶ୍ମୀର, ହରିୟାଣା ଆଦି ରାଜ୍ୟରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି। ସେହିଭଳି ପାକିସ୍ତାନର ଇସଲାମବାଦ ଆଦି କିଛି ସ୍ଥାନରେ ଭୂକମ୍ପ ଅନୁଭଳତ ହୋଇଛି।

Comments are closed.