Odisha Link
Bridging the Missing Links in Odisha

ଗଞ୍ଜେଇ ଟାଣିବାକୁ ନଦେବାରୁ ଦେହରେ ନିଆଁ ଲଗାଇଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ସିପିପି ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗଞ୍ଜେଇ ଟାଣିବାକୁ ନଦେବାରୁ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ଯୁବକ ଜଣଙ୍କ ହେଲେ ଅନୁଗୁଳ ଜିଲାର ଅଙ୍ଗାରବନ୍ଧ ଗାଁର ମୁନା ଗୋଛାୟତ।

ମିଳିଥିବା ସୂଚନା ଅନୁଯାୟୀ, ମୁନା ସବୁବେଳେ ଗଞ୍ଜେଇ ଟାଣେ। ତାଙ୍କୁ ଆଜି ଜଣେ ସାଙ୍ଗ ଗଞ୍ଜେଇ ଟାଣିବାକୁ ବାରଣ କରିଥିଲେ। ହେଲେ ସାଙ୍ଗର ଏହି ବାରଣକୁ ମୁନା ସହ୍ୟ କରି ପାରିନଥିଲେ। ହଠାତ ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସେଠାରେ ଉପସ୍ଥିତ ଥିବାଲୋକେ ମୁନା ଦେହରୁ ନିଆଁ ଲିଭାଇ ଗୁରୁତର ଅବସ୍ଥାରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମୁନାଙ୍କ ଶରୀରର ୪୦ରୁ ୫୦ ପ୍ରତିଶତ ପୋଡି ଯାଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ବୋଲି ଡାକ୍ତର କହିଛନ୍ତି ।

Comments are closed.