Odisha Link
Bridging the Missing Links in Odisha

ନିରଞ୍ଜନ ମାଗିଲେ ଟଙ୍କା !

ଭୁବନେଶ୍ୱର: ବିଜେପୁର ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଗ ଭିଡ଼ିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ତେବେ ନିର୍ବାଚନରେ ଲଢିବା ପାଇଁ କଂଗ୍ରେସ ପାଖରେ ଟଙ୍କା ପାଇଁ। ଏକଥା ଆମେ କହୁ ନାହୁଁ। ଏହି କଥା ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ପାଖରେ ଟଙ୍କା ନଥିବା କହି ସେ କଂଗ୍ରେସକୁ ଆର୍ଥିକ ସହାୟତା ଦେବାକୁ ମଧ୍ୟ କହିଛନ୍ତି। ତେବେ କେହି ରୋଗରେ ପଡ଼ିଲେ କି ଅସୁବିଧାରେ ପଡ଼ିଲେ ଆର୍ଥିକ ସହାୟତା ମାଗୁଥିବାବେଳେ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ଭଳି ଏକ ଜାତୀୟ ଦଳ ଆର୍ଥିକ ସହାୟତା ମାଗିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ବୁଧବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ଲଡିବା ପାଇଁ ଆର୍ଥିକ ସହାଯ୍ୟ ମାଗିଛନ୍ତି। କଂଗ୍ରେସ ପାଖରେ ଟଙ୍କା ନଥିବାରୁ ବଦାନ୍ୟ ବ୍ୟକ୍ତିଙ୍କୁ ଶ୍ରୀ ପଟ୍ଟନାୟକ ସାହାଯ୍ୟ ମାଗିଛନ୍ତି। ସେ କହିଛନ୍ତି ଯେ, ନିକଟରେ ସାଧାରଣ ନିର୍ବାଚନ ସରିଥିବାରୁ ଆଉ ଏକ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ପାଖରେ ଟଙ୍କା ନାହିଁ। ତେଣୁ ବଦାନ୍ୟ ବ୍ୟକ୍ତି ଏବଂ ନେତାମାନେ ଦଳକୁ ଆର୍ଥିକ ସାହାଯ୍ୟ କରନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି।
ତେବେ ଯେଉଁ ଦଳ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ ଉକ୍ତ ଦଳ କେମିତି ବିଜେପୁରରେ ବାଜିମାତ ମାରିବ ବୋଲି ଦୃଢୋକ୍ତି ପ୍ରକାଶ କରୁଛି ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.