Odisha Link
Bridging the Missing Links in Odisha

ବନ୍ୟା ମୁକାବିଲା ପାଇଁ ଆମେ ସଜାଗ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ବନ୍ୟା ମୁକାବିଲା ପାଇଁ ଆମେ ସଜାଗ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷାକୁ ନେଇ ନିଜର ପ୍ରତିକି୍ରୟା ରଖି ମନ୍ତ୍ରୀ ଶ୍ରୀ ମାରାଣ୍ଡି ଏହା କହିଛନ୍ତି।
ତାଙ୍କ ସୂଚନା ଅନୁଯାୟୀ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ପୁରୀରେ ୧୨୩.୧ ଓ ଖୋର୍ଦ୍ଧା ଜିଲ୍ଲାରେ ୧୦୩.୪ ମିମି ବର୍ଷା ହୋଇଛି। ଏନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି। ନଦୀରେ ଜଳସ୍ତର ବୃଦ୍ଧି ପାଇବା ନେଇ ସମ୍ଭାବନା ଥିବାବେଳେ ବନ୍ୟା ମୁକାବିଲା ପାଇଁ ଆମେ ସଜାଗ ଅଛୁ। ୬ଟି ଜିଲ୍ଲାରେ ୨୫ରୁ ୫୦ ମିମି ଓ ୧୨ଟି ଜିଲ୍ଲାରେ ୨୫ ମିମିରୁ କମ ବର୍ଷା ହୋଇଛି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୪୩.୪ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ରାଜ୍ୟରେ ମୋଟାମୋଟି ସ୍ଥିତି ଠିକ ଅଛି ବୋଲି ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି।

Comments are closed.