Odisha Link
Bridging the Missing Links in Odisha

ନବୀନ ନିବାସରୁ ଚନ୍ଦ୍ରଙ୍କୁ ଡାକରା

ଭୁବନେଶ୍ୱର: ବ୍ରହ୍ମପୁର ସାଂସଦ ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିବା ଘଟଣା ଏବେ ଚର୍ଚ୍ଚାରେ। ଏମିତିକି ଚାପୁଡ଼ା ମାରିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ବେହେରାଙ୍କୁ ମହଙ୍ଗା ପଡ଼ିପାରେ କାରଣ ଚାପୁଡ଼ା ମାରିବା ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଆଜି ନବୀନ ନିବାସରୁ ଡାକରା ଆସିଛି। ଆଜି ଅପରାହ୍ନ ୪ଟାରେ ସାଂସଦ ଶ୍ରୀ ସାହୁ ନବୀନ ନିବାସ ଯିବାର କାର୍ଯ୍ୟକ୍ରମ ରହିଛି।

ମଙ୍ଗଳବାର ପାରଳାଖେମୁଣ୍ଡିରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ଅବକାଶରେ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ ବିଜେଡ଼ିରେ ଯୋଗଦେବା ପାଇଁ ଆସିଥିଲେ। ତେବେ ଉତରୀୟ ପକାଇବେଳେ ସାଂସଦ ଶ୍ରୀ ସାହୁ ସଂଗ୍ରାମଙ୍କୁ ଚାପୁଡ଼ା ମାରିଥିଲେ। କେଉଁ କାରଣ ପାଇଁ ସଂଗ୍ରାମଙ୍କୁ ଚାପୁଡ଼ା ମାରିଲେ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଚର୍ଚ୍ଚା ଅନୁଯାୟୀ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଚନ୍ଦ୍ରଶେଖର ବିଜେଡ଼ିରେ ସାମିଲ ହୋଇଥିଲେ। ପ୍ରାୟ ୨୦ ହଜାର ସମର୍ଥକଙ୍କ ସହ ଚନ୍ଦ୍ରଶେଖର ଓ ବ୍ରହ୍ମପୁରର ବିଧାୟକ ବିକ୍ରମ ପଣ୍ଡା ବିଜେଡ଼ିରେ ଯୋଗ ଦେଇଥିଲେ। ତେବେ ସେହି ସମୟରେ ସଂଗ୍ରାମ ବିଜେଡ଼ିରେ ଯୋଗଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଫଳରେ ଚନ୍ଦ୍ରଶେଖର ତାଙ୍କ ଉପରେ କ୍ଷୁବ୍ଧ ଥିବା ଚର୍ଚ୍ଚା ହେଉଛି।

Comments are closed.