Odisha Link
Bridging the Missing Links in Odisha

ଜୁନାଗଡ଼ ଦୁଷ୍କର୍ମ ମାମଲା: ୭ ଗିରଫ

କଳାହାଣ୍ଡି: ଜୁନାଗଡ଼ ଦୁଷ୍କର୍ମ ମାମଲାରେ ୭ ଅଭିଯୁକ୍ତ ଗିରଫ। କଳାହାଣ୍ଡି ଜୁନାଗଡ଼ ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ସହ ଏହାର ଭିଡିଓ ଭାଇରାଲ ହେବା ଘଟଣାରେ ସମ୍ପୃକ୍ତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ଜାରି ରହିଛି, ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ିବା ପାରେ ବୋଲି କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି।
ପୁଲିସ ସୂତ୍ରରୁ ଅନୁସାରେ ଗତ ୧୩ ତାରିଖ ଦିନ କଳାହାଣ୍ଡି ଜିଲ୍ଲାର ଜଣେ ଏଏନଏମ୍ ଛାତ୍ରୀ ଭବାନୀପାଟଣା ସହରକୁ ଆସିଥିଲେ। ଫେରିଲାବେଳେ ବସ୍ ଫେଲ୍ ହୋଇଥିଲେ। ବିଳମ୍ବ ହୋଇଥିବା ଯୋଗୁଁ ବସଷ୍ଟାଣ୍ଡରେ ଘରକୁ ଯିବା ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ପର୍ଲା ଗ୍ରାମର ଜଣେ ବସ ଡ୍ରାଇଭର ନରେନ୍ଦ୍ର ଶବର ନିଜ ଗାଁକୁ ଫେରୁଥିଲେ। ଛାତ୍ରୀ ଜଣକ ନରେନ୍ଦ୍ର ଚଳାଉଥିବା ସୁଭଦ୍ରା ଘରୋଇ ବସରେ ନିୟମିତ ଯିବାଆସିବା କରୁଥିବାରୁ ଚିହ୍ନା ଥିଲେ। ଛାତ୍ରୀ ଜଣଙ୍କୁ ନରେନ୍ଦ୍ର ବାଇକରେ ଲିଫ୍ଟ ଦେଇଥିଲେ। ଦୁହେଁ ବାଇକରେ ଜୁନାଗଡ଼ ଅଭିମୁଖେ ଆସୁଥିଲେ। ବାଟରେ ଡ୍ରାଇଭରଙ୍କୁ ବାରମ୍ବାର ଫୋନ୍ ଆସୁଥିବା ଛାତ୍ରୀ ଜଣଙ୍କ ସୂଚନା ଦେଇଥିଲେ।
ଜାତୀୟ ରାଜପଥ ୨୬ ବକ୍ସିତୁଲସୀପାଲି ଛକ ନିକଟରେ ପ୍ରାୟ ୬ରୁ ୭ ଜଣ ବାଇକ୍ ଆରୋହୀ ସେମାନଙ୍କୁ ଅଟକାଇଥିଲେ। ବାଇକ୍ ଅଟକିବା ପରେ ଛାତ୍ରୀ ଜଣଙ୍କୁ ମୁହଁରେ କପଡ଼ା ଦେଇ ନିକଟସ୍ଥ ଘନା ସଂରକ୍ଷିତ ଜଙ୍ଗଲକୁ ଉଠାଇ ନେଇଥିଲେ। ଡ୍ରାଇଭର ଜଣକ ସେମାନଙ୍କ ପିଛା କରିଥିଲେ। ଜଙ୍ଗଲରେ ଡ୍ରାଇଭର ଓ ଛାତ୍ରୀ ଜଣଙ୍କୁ ଛୁରି ଦେଖାଇ ଭୟଭୀତ କରିଥିଲେ ୬ରୁ ୭ ଜଣ ଯୁବକ। ପରେ ଜଣେ ପରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହିତ ମୋବାଇଲରେ ଏହାର ଭିଡିଓ ସୁଟିଂ କରିଥିଲେ। ଲୋକଲଜ୍ଜା ଆଶଙ୍କାରେ ପୁଲିସରେ ଏହି ଘଟଣାର ଏତଲା ଦେବାକୁ ଡ୍ରାଇଭର ମନା କରିଥିଲେ। ମାତ୍ର ଦୁଷ୍କର୍ମକାରୀମାନେ ଏହି ଘଟଣାର ଭିଡିଓ ଭାଇରାଲ କରି ଦେଇଥିଲେ।
ଏହା ଜାଣିବା ପରେ ପୀଡ଼ିତା ଜଣକ ରବିବାର ରାତିରେ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ପ୍ରଭାତ ସେଠୀ ମାମଲା ରୁଜୁ (କେସ ନଂ ୨୨୪/୧୯) କରିଥିଲେ। ସୋମବାର ସକାଳେ ସାଇଣ୍ଟିଫିକ ଟିମ୍ ସହିତ କଳାହାଣ୍ଡି ଏସପି ବି.ଗଙ୍ଗାଧର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

Comments are closed.