Odisha Link
Bridging the Missing Links in Odisha

ରିଲିଜ ହେଲା ‘ମେଡ୍ ଇନ୍ ଚାଇନା’ର ପ୍ରଥମ ଗୀତ

ମୁମ୍ବାଇ:ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ମନ କିଣିନେଇଛନ୍ତି ବଲିଉଡର ପ୍ରିୟ ଅଭିନେତା ରାଜ କୁମାର ରାଓ ।ରାଜ କୁମାର ନ୍ୟୁଟନ, ସ୍ତ୍ରୀ, ଜଜମେଣ୍ଟାଲ ହୈ କ୍ୟା ଆଦି ସିନେମାରେ ଅଭିନୟ କରିଛନ୍ତି ।ଲଭ୍ ସେକ୍ସ ଓର ଧୋକା ସିନେମାଟି ରାଜ କୁମାରଙ୍କର ପ୍ରଥମ ବଲିଉଡ ସିନେମା ଥିଲା ।ସେ ୨୦୧୦ ରେ ବଲିଉଡରେ ପାଦ ଦେଇଥିଲେ ।
ସେ ଆଜିକାଲି ତାଙ୍କ ଆଗାମୀ ସିନେମା ‘ମେଡ୍ ଇନ୍ ଚାଇନା’ ସୁଟିଙ୍ଗ୍ ରେ ବ୍ୟସ୍ତ ରହୁଛନ୍ତି । ଏହି ସିନେମାରେ ରାଜକୁମାଙ୍କ ବିପକ୍ଷ ନାୟିକା ରେ ମୌନି ରାୟ ଙ୍କୁ ଦେଖିବାକୁ ମିଳିବା ସହିତ ବୋମନ୍ ଇରାନିଙ୍କୁ ମଧ୍ୟ ଦେଖିବାକୁ ମିଳିବ ।ଦର୍ଶକ ଏହି ସିନେମାରେ ପ୍ରଥମ ଥର ପାଇଁ ରାଜକୁମାର ଓ ମୌନି ରୟଙ୍କ ଯୋଡିକୁ ପରଦାରେ ଦେଖିବେ ।


ସିନେମାଟି ଚିନ ଓ ଅହମ୍ମଦାବାଦରେ ସୁଟିଂ ହୋଇଛି ।ବର୍ତ୍ତମାନ ସିନେମାର ପ୍ରଥମ ଗୀତ ‘ଓଢଣୀ’ ମୁକ୍ତିଲାଭ କରିଛି ।ଏହି ଗୀତଟିକୁ ନେହା କକ୍କର,ସଚିନ ଜିଗରଓ ଦର୍ଶନ ରାୱଲ ଗାଇଛନ୍ତି ।ନିରେନ ଭଟ୍ଟ ଓ ଜିଗର ସରେୟା ଗୀତଟିକୁ ଲେଖିଛନ୍ତି ।ଭିଡିଓ ଟି ଦର୍ଶକଙ୍କ ମନ କିଣିବା ସହ ୩ଲକ୍ଷରୁ ଅଧିକ ଭିଉଜ୍ ମିଳିଛି । ଗୀତରେ ସିନେମାର ଲିଡ୍ ଷ୍ଟାର୍ ରାଜକୁମାର୍ ରାଓ ଏବଂ ମୌନି ରୟଙ୍କୁ ଦେଖିବାକୁ ମିଳିଛି ଓ ମୌନି ରୟ ,ରାଜକୁମାର୍ ରାଓ ଙ୍କ ଧମାକା ଡ୍ୟାନ୍ସ ମଧ୍ୟ ଦେଖିବାକୁ ମିଳିଛି । ‘ମେଡ୍ ଇନ୍ ଚାଇନା’ସିନେମାଟି ଅକ୍ଟୋବର ୨୫ ସିନେମା ପରଦାକୁ ଆସିବ ।

Comments are closed.