Odisha Link
Bridging the Missing Links in Odisha

ବିଜେଡି କର୍ମୀଙ୍କୁ ସାଂସଦଙ୍କ ଚାପୁଡ଼ା, ଦେଖନ୍ତୁ ଭିଡିଓ

ଗଜପତି: ଗଜପତି ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଘଟିଥିବା ଘଟଣାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓଟିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଜଣେ ବିଜେଡି କର୍ମୀଙ୍କୁ ମଞ୍ଚ ଉପରେ ଚାପୁଡ଼ା ମାରିବାର ଦେଖିବାକୁ ମିଳିଛି।

ମଙ୍ଗଳବାର ଦିନ ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ସଂଗ୍ରାମ ସାହୁ। ଦଳରେ ଯୋଗ ଦେଇଥିବା କର୍ମୀଙ୍କୁ ଉତ୍ତରୀୟ ପକାଇ ସ୍ବାଗତ କରୁଥିଲେ ସୋରଡା ବିଧାୟକ ତଥା ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ସଂଗ୍ରାମ ସାହୁଙ୍କୁ ବିଧାୟକ ସ୍ବାଇଁ ଉତ୍ତରୀୟ ପକାଉଥିବା ବେଳେ ସେ ତାହାକୁ ତାଙ୍କ ହାତରୁ ଭିଡ଼ି ଆଣି ସାଂସଦଙ୍କୁ ପକାଇବା ଲାଗି ବଢ଼ାଇଥିଲେ। ଏଭଳି ବ୍ୟବହାରରେ ଉତକ୍ଷିପ୍ତ ହୋଇ ସାଂସଦ ଚନ୍ଦ୍ରଶେଖର ସାହୁ ସଂଗ୍ରାମ ସାହୁଙ୍କୁ ଚାପୁଡ଼ାଟିଏ ପକାଇଥିଲେ। ଏହାପରେ ପୂର୍ବଭଳି ସୋରଡା ବିଧାୟକ ତାଙ୍କୁ ଦଳୀୟ ଉତ୍ତରୀୟ ପକାଇ ସ୍ବାଗତ କରିଥିଲେ।

ସୂଚନାଥାଉକି, କିଛି ଦିନ ତଳେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ‌ନେତା ସିଦ୍ଦରମେୟା ଜଣେ କଂଗ୍ରେସ କର୍ମୀଙ୍କୁ ଚାପୁଡ଼ା ମାରି ବିବାଦୀୟ ହୋଇପଡ଼ିଥିଲେ।

Comments are closed.