Odisha Link
Bridging the Missing Links in Odisha

ନୌସେନାରେ ସାମିଲ ହେଲା ଆଇଏନ୍ଏସ ଖାଣ୍ଡେରି

ମୁମ୍ବାଇ: ଆଜି ଭାରତୀୟ ନୌସେନାରେ ସାମିଲ ହେଲା ବୁଡ଼ାଜାହାଜ ଆଇଏନ୍ଏସ୍ ଖାଣ୍ଡେରି। ଏହାକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ନୌସେନାରେ ସାମିଲ କରିଛନ୍ତି। ଏହା ସହ ପି-୧୭ର ପ୍ରଥମ ଯୁଦ୍ଧପୋତ ଆଇଏନଏସ ନୀଳଗିରିକୁ ମଧ୍ୟ ଲଞ୍ଚ କରାଯାଇଛିି। ସ୍କର୍ପିଅନ ଶ୍ରେଣୀର ଏହା ହେଉଛି ଦ୍ୱିତୀୟ ବୁଡ଼ାଜାହାଜ। ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଉଛି।

ବୁଡ଼ା ଜାହାଜ ଆଇଏନଏସ ଖଣ୍ଡେରିକୁ ନୈାସେନାରେ ସାମିଲ କରିବା ଏକ ଗର୍ବର ବିଷୟ ବୋଲି ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଏହାସହ ସେ କହିଛନ୍ତି ଯେ ଭାରତ ନିଜ ପାଇଁ ବୁଡ଼ାଜାହାଜ ପ୍ରସ୍ତୁତ କରିବାର ଏକ ଦେଶ ଯାହା କିଛି ସ୍ୱତନ୍ତ୍ର ଦେଶ ଗୁଡ଼ିକ ମଧ୍ୟରେ ରହିଛି। ମୁମ୍ବାଇର ତଟୀୟ କ୍ଷେତ୍ରରେ ଯଦି କେହି ଶାନ୍ତି ଭଙ୍ଗ କରିବ ତେବେ ଭାରତୀୟ ସେନା ତାର କଡ଼ା ଜବାବ ଦେବ ବୋଲି ମଧ୍ୟ ସେ କହିଛନ୍ତି।

ସେପ୍ଟେମ୍ବର ୧୯ରେ ଏହା ନୌସେନାକୁ ହସ୍ତାନ୍ତର କରାଯାଇଥିଲା। ଖାଣ୍ଡେରି ଦେଶର ଅତ୍ୟାଧୁନିକ ଓ ସର୍ବୋତ୍କୃଷ୍ଟ ବୁଡ଼ାଜାହାଜ। ଫ୍ରାନ୍ସ ଜ୍ଞାନକୌଶଳରେ ମୁମ୍ବାଇରେ ନିର୍ମିତ ଏହି ଜାହାଜର ଓଜନ ୧୭ ଶହ ୭୫ ଟନ୍। ୬୭.୫ ମିଟର ଲମ୍ବର ଏହି ବୁଡ଼ା ଜାହାଜରେ ୪ଟି ଡିଜେଲ୍ ଇଂଜିନ ଓ ୩୬୦ଟି ବ୍ୟାଟେରୀ ଖଞ୍ଜା ଯାଇଛି। ଏହା ୩୫୦ ମିଟର ଗଭୀରରେ ୫୦ ଦିନ ଯାଏ ରହିପାରିବ।

ପାଣି ଭିତରେ ଘଣ୍ଟାପ୍ରତି ୩୭ କିଲୋମିଟର ବେଗରେ ଗତି କରିପାରିବ। ନିଜର କ୍ଷତି ହେବାକୁ ନ ଦେଇ ଶତ୍ରୁ ପକ୍ଷର କ୍ଷତି ପହଞ୍ଚାଇ ପାରି‍ବାର କ୍ଷମତା ଥିବାରୁ ଏହାକୁ ସାଇଲେଣ୍ଟ କିଲର ବୋଲି ଅଭିହିତ କରାଯାଇଛି। ଏହା ଭିତରେ ଲାଗିଥିବା ମ୍ୟାଗ୍ନେଟାଇଜଡ ପ୍ରପଲସନ ମୋଟର ଫଳରେ ଜାହାଜର ଶବ୍ଦ ବାହାରକୁ ଆସିବ ନାହିଁ। ଅର୍ଥାତ ଏହା ଗତି କରୁଥିବାର କୌଣସି ଶବ୍ଦ ବାହାରକୁ ଯିବ ନାହିଁ ଫଳରେ ଶତ୍ରୁ ପକ୍ଷ ଏହାର ଟେର ପାଇବ ନାହିଁ।