Odisha Link
Bridging the Missing Links in Odisha

ଆଜିଠୁ ଗଡ଼ିବ ୪ ନୂଆ ମେମୁ ଟ୍ରେନ

ଭୁବନେଶ୍ୱର: ପୂର୍ବତଟ ରେଳପଥ ୪ଟି ନୂଆ ମେମୁ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଶନିବାରଠାରୁ ଏହି ଟ୍ରେନଗୁଡ଼ିକ ପୁରୀ-କଟକ, କଟକ-ଭଦ୍ରକ, କଟକ-ପାରାଦ୍ୱୀପ ସେକ୍ସନ ମଧ୍ୟରେ ଚଳାଚଳ କରିବ। ପୁରୀ-କଟକ ମେମୁ ଟ୍ରେନ(୬୮୪୧୫-୬୮୪୧୬) କଟକ-ପୁରୀ ପାସେଞ୍ଜର(୫୮୪୧୫-୫୮୪୧୬) ବଦଳରେ ଚଳାଚଳ କରିବ। ସେହିଭଳି କଟକ-ଭଦ୍ରକ ମଧ୍ୟରେ ପୂର୍ବରୁ ଚଳାଚଳ କରୁଥିବା (୫୮୪୩୫-୫୮୪୩୬/୫୮୪୨୩-୫୮୪୨୪) କଟକ-ଭଦ୍ରକ ଫାଷ୍ଟ ପାସେଞ୍ଜର ବଦଳରେ ଦୁଇଟି ମେମୁ ଟ୍ରେନ(୬୮୪୩୫-୬୮୪୩୬/୬୮୪୨୩-୬୮୪୨୪) ଚଳାଚଳ କରିବ। ପୂର୍ବ ଦୁଇଟି ପାସେଞ୍ଜର ଟ୍ରେନ ପ୍ରତ୍ୟାହାର କରାଯିବ। ସମାନ୍ତରାଳ ଭାବେ କଟକ-ପାରାଦୀପ ମେମୁ ଟ୍ରେନ (୬୮୪୦୧-୬୮୪୦୨) କଟକ-ପାରାଦୀପ ପାସେଞ୍ଜର(୫୮୪୦୧-୫୮୪୦୨) ବଦଳରେ ଚଳାଚଳ କରିବ ଏବଂ ପୂର୍ବ ପାସେଞ୍ଜର ଟ୍ରେନଟି ପ୍ରତ୍ୟାହାର ହୋଇଯିବ। ନୂଆ ମେମୁ ଟ୍ରେନଗୁଡ଼ିକ ପୂର୍ବ ପାସେଞ୍ଜର ଟ୍ରେନର ସମୟ ସାରଣୀ ହିସାବରେ ଚାଲିବ। ସମୟ ସୂଚୀରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

Comments are closed.