Odisha Link
Bridging the Missing Links in Odisha

ବିଜେଡି ପ୍ରାର୍ଥୀ ହେଲେ ରୀତା ସାହୁ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ନାମ ଘୋଷଣା କରିଛନ୍ତି। ନବୀନ ରୀତା ସାହୁଙ୍କ ନାମ ଆଜି ଘୋଷଣା କରିଛନ୍ତି।

ବିଜେପୁରର ଲୋକପ୍ରିୟ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପତ୍ନୀ ରୀତା ବିଜେଡିରେ ସାମିଲ ହୋଇଥିଲେ। ୨୦୧୮ର ହାଇଭୋଲଟେଜ ଉପନିର୍ବାଚନରେ ରୀତା ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ୨୦୧୯ରେ ବି ସେ ବିଜେପୁରରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନିଜେ ନବୀନ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ଅବଶ୍ୟ ପଶ୍ଚିମ ଓଡ଼ିଶାରେ ବିଜେପିର ପ୍ରଭାବକୁ ପ୍ରତିହତ କରିବା ପାଇଁ ନବୀନ ଏଭଳି ନିଷ୍ପତି ନେଇଥିଲେ। ନିର୍ବାଚନରେ ପ୍ରାୟ ୫୬ ହଜାର ଭୋଟରେ ଜିତିବା ପରେ ନବୀନ ବିଜେପୁରରୁ ଇସ୍ତଫା ଦେଇଥିଲେ। ଫଳରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଛି।

Comments are closed.