Odisha Link
Bridging the Missing Links in Odisha

୯୦ ବର୍ଷ ବୟସରେ ପାଦ ଥାପିଛନ୍ତି କୋକିଳ କଣ୍ଠି ଲତା ମଙ୍ଗେସକର

ଭୁବନେଶ୍ବର :ବଲିଉଡର କୋକିଳ କଣ୍ଠି ଲତା ମଙ୍ଗେସକରଙ୍କର ଆଜି ଜନ୍ମଦିନ।ସେ ୯୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଲତା ମଙ୍ଗେସକର ୧୯୨୯ ମସିହା ୨୮ ସେପ୍ଟେମ୍ବର ରେ ଇନ୍ଦୋରର ଏକ ମରାଠି ପରିବାରରେ ଜନ୍ମଗ୍ରହଣ କରିଛନ୍ତି।ତାଙ୍କ ପାତାଙ୍କ ନାମ ପଣ୍ଡିତ ଦିନଦୟାଲ ମଙ୍ଗେସକର । ଲତାଙ୍କ ପିତା ରଙ୍ଗମଞ୍ଚର କଳାକାର ଓ ଗାୟକ ଥିଲେ । ସଙ୍ଗୀତ ତାଙ୍କର ବଂଶରେ ଥିଲା।ଲତା ନିଜ ଜୀବନରେ ବହୁତ ସଫଳତା ପାଇଛନ୍ତି ହେଲେ ଏ ସଫଳତାର ରାସ୍ତା ଏତେ ସହଜ ହୋଇନଥିଲା । ସେ ଏହି ସଫଳତା ପାଇବା ପାଇଁ ବହୁତ କିଛି ସମସ୍ୟା ଦେଇ ଗତି କରିଛନ୍ତି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଲତା ଜୀ କେଉଁ କେଉଁ ସମସ୍ୟା ଦେଇ ଗତି କରିଛନ୍ତି ।


ଲତାଙ୍କର ପ୍ରଥମ ନାମ ହେଉଛି ହେମା ।୫ବର୍ଷ ପରେ ତାଙ୍କର ମାତା ପିତା ତାଙ୍କ ନାମକୁ ପରିବର୍ତ୍ତନ କରି ଲତା ରଖିଦେଇଥିଲେ ।ସେ ତାଙ୍କ ପିତା ଦିନଦୟାଲଙ୍କଠୁ ୫ବର୍ଷ ବୟସରୁ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ । ଲତା ୧୪ବର୍ଷ ବୟସରେ ସିନେମା ରେ ହିରୋ କିମ୍ବା ହିରୋଇନଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଥିଲେ । ତାଙ୍କର ଆରମ୍ଭ ପ୍ରଥମେ ଅଭିନୟ ରୁ ହୋଥିଲା ସତ କିନ୍ତୁ ଲତାଙ୍କ ସଙ୍ଗୀତ ପ୍ରତି ଆଗ୍ରହ ଥିଲା ।

୧୯୭୪ରେ ଲଣ୍ଡନ୍‌ ର ସୁପ୍ରସିଦ୍ଧ ରୟାଲ ଅଲ୍ଵର୍ଟ ହଲରେ ତାଙ୍କୁ ପ୍ରଥମ ଭାରତୀୟ ଗାୟିକା ରୂପେ ଗାଇବା ପାଇଁ ସୁଯୋଗ ମିଳିଥିଲା। ଓ ୧୯୭୪ମସିହାରେ ରେ ଗିନିଜ୍‌ ଓ୍ଵାଲ୍ଡ ରେକର୍ଡ ରେ ତାଙ୍କ ନାମରେ ନାମିତ କରାଯାଇଥିଲା । ଲତା ମଙ୍ଗେସକର ୨୦ଟି ଭାଷାରେ ୩୦ହଜାର ଗୀତ ଗାଇଛନ୍ତି । ଲତା ସିନେ କ୍ୟାରିୟରରେ ବହୁତ ମାନ ସମ୍ମାନ ପାଇଛନ୍ତି ।୧୯୬୨ରେ ଲତାଙ୍କୁ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର କରାଯାଇଥିଲା । ସେତେବେଳେ ତାଙ୍କୁ ସ୍ଳୋ ପଏଜନ୍‌ ଦିଆଯାଇଥିଲା ।


ଲତାଙ୍କୁ ପଦ୍ମ ଭୁଷଣ ,ଦାଦାସାହେବ ଫାଲକେ ଆୱାର୍ଡ, ଭାରତ ରତ୍ନ ଅନାପ ଉପାଧିରେ ସମ୍ମାନିତ କରାଯାଇଛି ।ଏବଂ ନସନାଲ ଫିଲ୍ମ ଆୱାର୍ଡ ,ବିଏଫଜେଏ ଆୱାର୍ଡ, ବେଷ୍ଟ ଫିମେଲ ପ୍ଳେବ୍ୟାକ୍ ସିଙ୍ଗର ଆୱାର୍ଡ ମଧ୍ୟ ମିଳିଛି ।

Comments are closed.