Odisha Link
Bridging the Missing Links in Odisha

ଭଲନାହିଁ କାଳିଆର ସ୍ବାସ୍ଥାବସ୍ଥା: ଏମ୍‌ସକୁ ଚିଠି

କଟକ: କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ଜଗା-କାଳିଆ। ଜଗାର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବାବେଳେ କାଳିଆର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଗତକାଲି କାଳିଆ ଅସୁସ୍ଥ ହେବାରୁ ତାକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ଏସସିବିର ସ୍ବତନ୍ତ୍ର ଡାକ୍ତରୀ ଟିମ୍ କାଳିଆର ଚିକିତ୍ସାରେ ଲାଗିପଡିଛନ୍ତି।
କାଳିଆର ସ୍ବାସ୍ଥ୍ୟାବସ୍ଥା ସ୍ଥିତିକୁ ନେଇ ଆଜି ଏସ୍‌ସିବି ଡାକ୍ତରୀ ଟିମ୍‌ ଏମ୍‌ସ ଡାକ୍ତରଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ସେହିପରି ଦୁଇ ଦିନ ତଳେ ବନ୍ଦ କରିଦିଆଯାଇଥିବା ଆଣ୍ଟିବାୟୋଟିକ୍‌ ଇଞ୍ଜେକସନ୍‌ ପୁଣି କାଳିଆକୁ ଦିଆଯାଉଥିବା ସୂଚନା ମିଳିଛି।
ସୁସ୍ଥ ଥିବା କାଳିଆର ସ୍ବାସ୍ଥ୍ୟାବସ୍ଥା ହଠାତ୍‌ କ’ଣ ପାଇଁ ଖରାପ ହେଲା ସେ ସମ୍ପର୍କରେ ଜାଣିବା ପାଇଁ ଶିଶୁ ରୋଗ ବିଭାଗ, ପଲ୍‌ମୁନାରୀ ମେଡିସିନ୍‌, ନିଶ୍ଚେତନ, ନ୍ୟୁରୋ ସର୍ଜରୀ, ନ୍ୟୁରୋଲୋଜି ଆଦି ବିଭାଗ ଡାକ୍ତର, ଶିଶୁ ଭବନର ଅଧୀକ୍ଷକ ଓ ଅନ୍ୟ ଡାକ୍ତରଙ୍କୁ ନେଇ ଗତକାଲି ଏସ୍‌ସିବିରେ ଏକ ଜରୁରୀ ବୈଠକ ବସିଥିଲା।

Comments are closed.