Odisha Link
Bridging the Missing Links in Odisha

ଉପନିର୍ବାଚନ ପାଇଁ କଂଗ୍ରେସକୁ ମିଳିଲା ଟଙ୍କା, ରୀତାଙ୍କ ପ୍ରାର୍ଥିତ୍ବକୁ ନେଇ କଣ କହିଲେ ନିରଞ୍ଜନ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ଲଢ଼ିବା ପାଇଁ ଜଣେ ବଦାନ୍ୟ ବ୍ୟକ୍ତି ଦଳକୁ ୧୦ ହଜାର ଟଙ୍କା ଦାନ ଦେଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। କାରଣ ବିଜେପୁର ଉପନିର୍ବାଚନ ଲଢିବା ପାଇଁ କଂଗ୍ରେସ ପାଖରେ ଟଙ୍କା ନାହିଁ ନିର୍ବାଚନ ଲଢିବାକୁ ପାଣ୍ଠି ସଂଗ୍ରହ କରୁଛି କଂଗ୍ରେସ। ତେବେ କଂଗ୍ରେସକୁ ଆର୍ଥିକ ସହାୟତା ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବଦାନ୍ୟ ବ୍ୟକ୍ତିମାନଙ୍କୁ ଅପିଲ କରିଥିଲେ। ଫଳରେ ଆଜି କେହି ଜଣେ ବଦାନ୍ୟ ବ୍ୟକ୍ତି ଦଳକୁ ୧୦ ହଜାର ଟଙ୍କା ଦାନ ଦେଇଥିବା ଖାଲି ସେତିକି ନୁହେଁ ଆସନ୍ତାକାଲି ୭୫ ହଜାର ଟଙ୍କା ଆସିବାକୁ ପ୍ରତିଶ୍ରୁତି ମିଳିଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ଏଥିସହ କଂଗ୍ରେସ ପାଖରେ ଟଙ୍କା ନାହିଁ କହି ଦାନ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।

ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରାର୍ଥିତ୍ୱକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ସବୁବେଳେ ସିମ୍ପାଥି ରହେନି। ନବୀନ ବାବୁ କେତେଦିନ ପ୍ରତାରିତ କରିବେ, ଲୋକେ ବିଚାର କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Comments are closed.