Odisha Link
Bridging the Missing Links in Odisha

ଖଳନାୟକ-୨ରେ ନଜର ଆସିବେ ଟାଇଗର୍‍ ଶ୍ରଫ

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତଙ୍କ ସିନେମା ‘ପ୍ରସ୍ଥାନମ୍‍’ରିଲଜ ହୋଇ ଯାଇଛି। ଏବେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଖଳନାୟକ’ର ପାଟ -୨ ନିର୍ମାଣ କରିବାକୁ ଯାଉଛନ୍ତି । ଖଳନାୟକ ସିନେମା ୧୯୯୩ ମସିହାରେ ପରଦାକୁ ଆସିଥିଲା ।ଏହି ସିନେମାରେ ସଞ୍ଜୟ ଦତ୍ତ,ଜ୍ୟାକି ଶ୍ରଫ , ମାଧୁରୀ ଦୀକ୍ଷିତ୍‍ ଅଭିନୟ କରିଥିଲେ । ସଞ୍ଜୟ ଦତ୍ତ ବାଲୁ ,ଜ୍ୟାକି ଶ୍ରଫ ଇନସ୍ପେକ୍ଟର ଓମାଧୁରୀ ଦୀକ୍ଷିତ୍‍ ତାଙ୍କ ପ୍ରେମିକା ଚରିତ୍ରରେ ଅଭିନୟ କରିଥିଲେ ।


ଜଣାପଡ଼ିଛି ବର୍ତ୍ତମାନ ପାଟ-୨ରେ ନାୟକ ଭୂମିକା ପାଇଁ ଟାଇଗର୍‍ ଶ୍ରଫଙ୍କୁ ଚୟନ କରାଯାଇଛି।ସଞ୍ଜୟ ନିଜର ନୂଆ ପ୍ରଡକ୍ସନ ହାଉସ ‘ସଞ୍ଜୟ ଏସ୍‍ ଦତ୍ତ ପ୍ରଡକ୍ସନ୍‍ସ’ ଲଞ୍ଚ୍‍ କରିଛନ୍ତି। ‘ପ୍ରସ୍ଥାନମ୍‍’ ହେଉଛି ତାଙ୍କର ପ୍ରଥମ ପ୍ରଡକ୍ସନ ହାଉସର ଚଳଚ୍ଚିତ୍ର। ଏବେ ‘ଖଳନାୟକ’ର ପାଟ-୨ ତାଙ୍କ ଏହି ପ୍ରଡକ୍ସନ ହାଉସରେ କରିବକୁ ଯାଉଛନ୍ତି ।


‘ଖଳନାୟକ’ର ସିନେମାକୁ ପ୍ରସିଦ୍ଧ ନିର୍ଦ୍ଦେଶକ ସୁଭାଷ ଘଇ ନିର୍ଦ୍ଦେଶନା ଦେଇଥିଲେ। ତେଣୁ ଏହାର ପାଟ-୨ ନିର୍ମାଣ କରିବା ପାଇଁ ସଞ୍ଜୟଙ୍କୁ ତାଙ୍କ ଠାରୁ ଚଳଚ୍ଚିତ୍ରର ରାଇଟ୍‍ସ ନେବାକୁ ପଡ଼ିବ। ସଞ୍ଜୟ ଏନେଇ ସୁଭାଷଙ୍କ ସହ ଆଲୋଚନା କରିଛନ୍ତି । ‘ଖଳନାୟକ’ ସିନେମାଟି ହିଟ୍ ହୋଇଥିଲା ଓ ଏହାର ଗୀତ ନାୟକ ନେହି ଖଲନାୟକ ହେ ତୁ ସମସ୍ତ ଙ୍କୁ ପସନ୍ଦ ଆସିଥିଲା।

Comments are closed.