Odisha Link
Bridging the Missing Links in Odisha

ଅସନ୍ତୋଷ ଥିଲା ଆଉ ନାହିଁ: ରୀତା

ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ପାଇଁ ରୀତା ସାହୁଙ୍କ ନାମ ଘୋଷଣା କରିଛନ୍ତି। ନାମ ଘୋଷଣା ହେବା ପରେ ରୀତା ସାହୁ ଗଣମାଧ୍ୟମରେ ତାଙ୍କର ପ୍ରତିକ୍ରିୟ ଦେଇଛନ୍ତି। ରୀତା ସାହୁଙ୍କ ପ୍ରାର୍ଥିତ୍ୱ ନେଇ ଅସନ୍ତୋଷ ଥିଲା ବୋଲି ଖୋଦ ରୀତା ସାହୁ ମାନିଛନ୍ତି। ଆପଣଙ୍କୁ ନେଇ ବିରୋଧ ହେଉଥିଲା ପ୍ରଶ୍ନରେ ଉତ୍ତର ରଖି ରୀତା ସାହୁ କହିଛନ୍ତି ଯେ, ‘ହଁ ପୂର୍ବରୁ ଅସନ୍ତୋଷ ଥିଲା। କିନ୍ତୁ ଏବେ ନାହିଁ । ଏବେ କିଛି ଅସୁବିଧା ହେବ ନାହିଁ ଆଉ ଆଗକୁ ମଧ୍ୟ ଅସୁବିଧା ହେବନି। ଯାହା ସବୁ ସମସ୍ୟା ଥିଲା, ସମାଧାନ ହୋଇଯାଇଛି’ ବୋଲି ରୀତା ସାହୁ କହିଛନ୍ତି।

ବିଜେପୁରର ଲୋକପ୍ରିୟ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପତ୍ନୀ ରୀତା ବିଜେଡିରେ ସାମିଲ ହୋଇଥିଲେ। ୨୦୧୮ର ହାଇଭୋଲଟେଜ ଉପନିର୍ବାଚନରେ ରୀତା ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ୨୦୧୯ରେ ବି ସେ ବିଜେପୁରରୁ ପ୍ରାର୍ଥୀ ହେବେବୋଲି କୁହାଯାଉଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନିଜେ ନବୀନ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ଅବଶ୍ୟ ପଶ୍ଚିମ ଓଡ଼ିଶାରେ ବିଜେପିର ପ୍ରଭାବକୁ ପ୍ରତିହତ କରିବା ପାଇଁ ନବୀନ ଏଭଳି ନିଷ୍ପତି ନେଇଥିଲେ। ନିର୍ବାଚନରେ ପ୍ରାୟ ୫୬ ହଜାର ଭୋଟରେ ଜିତିବା ପରେ ନବୀନ ବିଜେପୁରରୁ ଇସ୍ତଫା ଦେଇଥିଲେ। ଫଳରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଛିି।

Comments are closed.